Advertisement

ସୂର୍ଯ୍ୟ ବାହ୍ୟଭାଗକୁ ଛୁଇଁଲା ନାସା ସ୍ପେସ୍‌କ୍ରାଫ୍ଟ

ଓ୍ବାଶିଂଟନ୍‌, ୧୫ା୧୨: ଏ ପର୍ଯ୍ୟନ୍ତ ଅସମ୍ଭବ ବୋଲି ମନେ ହେଉଥିବା କାମକୁ ସମ୍ଭବ କରି ଦେଖାଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ପାର୍କର ସୋଲାର ପ୍ରୋବ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟର କୋରୋନା (ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟଭାଗ)କୁ ଛୁଇଁଥିବା ମଙ୍ଗଳବାର ନାସା ପକ୍ଷରୁ ଘୋଷଣା କରାଯାଇଛି। ସୂର୍ଯ୍ୟ ଚାରିପାଖ ତଥା ବାୟୁମଣ୍ଡଳର ତାପମାତ୍ରା ପ୍ରାୟ ୨୦ ଲକ୍ଷ ଡିଗ୍ରୀ ଫାରେନ୍‌ହାଇଟ ହେବ।

ଅନୁସନ୍ଧାନର ତଥ୍ୟ ପାଇବାକୁ ଦୀର୍ଘ ସମୟ ଲାଗିଥିଲା। ବାସ୍ତବରେ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ବାୟୁମଣ୍ଡଳରେ ପ୍ରବେଶ କରିଥିବା ସ୍ପଷ୍ଟ କରିବାକୁ ଆହୁରି କିଛି ଦିନ ଲାଗିଥିଲା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଏବଂ ଉତ୍ସାହଜନକ ବୋଲି ଜନ୍‌ ହପକିନ୍ସ ୟୁନିଭର୍ସିଟିର ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ନୂର ରାଉଫି କହିଛନ୍ତି। ୨୦୧୮ରେ ପାର୍କରକୁ ପଠାଯାଇଥିଲା। ଏହି ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ବାତାବରଣ ଏବଂ ସୌର ପବନ ଅତିକ୍ରମ କଲାବେଳେ ସୂର୍ଯ୍ୟ ମଧ୍ୟଭାଗରୁ ପ୍ରାୟ ୧୩ ନିୟୁତ କିଲୋମିଟର ଦୂରରେ ଥିଲା। କୋରୋନା ମଧ୍ୟକୁ ପାର୍କର ଅନୂ୍ୟନ ୩ ଥର ଯାଇ ଫେରିଛି। ପ୍ରାଥମିକ ତଥ୍ୟରୁ ଜଣାପଡିଛି, ପାର୍କର ଅଗଷ୍ଟରେ ନବମ ଥର କୋରୋନା ମଧ୍ୟକୁ ଯାଇଥିଲା। ଗତ ମାସରେ ମଧ୍ୟ ଏହି ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ନିକଟରୁ ଫେରିଛି। ଆଗକୁ ପାର୍କର ସୂର୍ଯ୍ୟର ଆହୁରି ନିକଟତର ହେବା ଉଦ୍ୟମ ଜାରି ରଖି। ୨୦୨୫ରେ ଏହା କକ୍ଷପଥରେ ପ୍ରବେଶ କରିବ ବୋଲି ଯୋଜନା ରହିଛି। ପାର୍କର ସେକେଣ୍ଡ ପ୍ରତି ୧୦୦ କିଲୋମିଟର ବେଗରେ ଗତି କରି ବହୁତ ଦୂରତା ଅତିକ୍ରମ କରିଥିବା ମିଶିଗାନ୍‌ ୟୁନିଭର୍ସିଟିର ଜଷ୍ଟିନ କାସ୍‌ପର କହିଛନ୍ତି। କୋରୋନା ଆକଳନଠାରୁ ଅଧିକ ଧୂଳିମୟ ବୋଲି ଜଣାପଡ଼ିଥିବା ସେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share