ମହାକାଶରେ ବ୍ଲାକ ହୋଲ ସହ ପିଟି ହେଲେ ଅନେକ ତାରା, ଖୁବ ଜୋର୍ ବିସ୍ଫୋରଣ

ୱାଶିଂଟନ,୧୧ ।୧୨: ମହାକାଶରେ ବହୁ ସଂଖ୍ୟାରେ ତାରା ବ୍ଲାକ ହୋଲ ସହ ପିଟି ହେବାରୁ ଏକ ବଡ ବିସ୍ଫୋରଣ ହୋଇଛି । ଗାମା ରଶ୍ମୀର ଏହି ବିସ୍ଫୋରଣକୁ ସ୍ପେସ ଟେଲିସ୍କୋପ ଏବଂ ନାସାର ଅବଜରଭେଟୋରୀ ଦେଖିଛି । ୟୁନିଭର୍ସିଟି ଅଫ ଲିସେଷ୍ଟରର ପଦାର୍ଥବିଜ୍ଞାନୀ ଓ ବୈଜ୍ଞାନିକମାନେ ଏହି ବିସ୍ଫୋରଣକୁ ଏକ ବିରଳ ମହାକାଶ ଘଟଣା ବୋଲି କହିଛନ୍ତି । ଆଶା କରାଯାଉଛି କି ତାଙ୍କର ଏହି ଅନୁସନ୍ଧାନ ଏହିପରି ଘଟଣାଗୁଡିକ ଉପରେ ଭବିଷ୍ୟତରେ ଅଧ୍ୟୟନରେ ସହାୟକ ହେବ । ଗାମା ରଶ୍ମୀ ବିସ୍ଫୋରଣ ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ ମଧ୍ୟରୁ ଗୋଟିଏ । ବୈଜ୍ଞାନିକମାନେ ଏହି ବିସ୍ଫୋରଣର ନାମ ଜିଆରବି୨୧୧୨୧୧ଏ ବୋଲି କହିଛନ୍ତି । ଏହା ଅପେକ୍ଷାକୃତ ଲମ୍ବା ଥିଲା ତେଣୁ ଏହା ଆଶା କରାଯାଉଥିବାଠାରୁ ଅଧିକ ଇନଫ୍ରାରେଡ ଆଲୋକ ନିର୍ଗତ କଲା ।

Share