ଭାରତର ଐତିହାସିକ ମିଶନକୁ ସଫଳ କରିବାରେ ନାସା, ଇସାର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟାରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଇସ୍ରୋ ଦ୍ୱାରା ଚନ୍ଦ୍ରରେ ସଫଳ ଅବତରଣ ସହିତ ଭାରତ ଇତିହାସ ରଚିଛି। ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି। କିନ୍ତୁ ପୃଥିବୀପୃଷ୍ଠରୁ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ଏହି ଯାତ୍ରା କଷ୍ଟସାଧ୍ୟ ହୋଇପଡ଼ିଛି। ଏହି ମିଶନ ଭାରତ ତଥା ବିଶ୍ୱର ଅନେକ ଦେଶ ପାଇଁ ଲାଭଦାୟକ ହେବ।

ଗତ ଚାରି ବର୍ଷ ଧରି ଭାରତର ମିଶନ ଚନ୍ଦ୍ରୟାନ-୩ଉପରେ କାର୍ଯ୍ୟ ଚାଲିଥିଲା। କରୋନା ମହାମାରୀ ଯେତେବେଳେ ଭାରତରେ ବ୍ୟାପିଥିଲା ଅନେକ ଟିମ୍‌ ଏହି ମିଶନ ପାଇଁ କାମ କରିଥିଲେ। ଆଇଏସ୍‌ଆର ମୁଖ୍ୟ ଏସ୍‌ ସୋମନାଥଙ୍କ ଅନୁଯାୟୀ, ଏହି ମିଶନର ମୂଲ୍ୟ ପ୍ରାୟ ୭୦୦ କୋଟି ଟଙ୍କା ରହିଛି। ପ୍ରାୟ ୧୦୦୦ ଇଞ୍ଜିନିୟର ଏବଂ ବୈଜ୍ଞାନିକ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛନ୍ତି।

ଏହି ମିଶନକୁ ସଫଳ କରିବା ପାଇଁ ଆମେରିକାର ସ୍ପେସ୍‌ ଏଜେନ୍ସି ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି (ESA) ଇସ୍ରୋ ସହିତ ହାତ ମିଳାଇଥିଲେ। ଦୁନିଆର ତିନୋଟି ବଡ଼ ସ୍ପେସ ଏଜେନ୍ସି ହାତ ମିଳାଇ ଏହି ମିଶନକୁ ସଫଳ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଉଭୟ ଏଜେନ୍ସି ଚନ୍ଦ୍ରୟାନ-୩ ଆରମ୍ଭ ହେବା ପରଠାରୁ ତଦାରଖ କରିଛନ୍ତି। ନାସାଠାରୁ ଏହି ମିଶନରେ ଇସ୍ରୋକୁ ବହୁତ ସାହାଯ୍ୟ ମିଳିଛି।

ସୂଚନାନୁସାରେ, ଏହି ମିଶନ ପାଇଁ ସବୁଠାରୁ ବଡ଼ ସାହାଯ୍ୟ କାଲିଫର୍ନିଆର ନାସାର ଡିଏସ୍‌ଏନ୍‌ କମ୍ପ୍ଲେକ୍ସରୁ ଆସିଛି। କାରଣ ଏହା ପୃଥିବୀର ଭାରତର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏଭଳି ପରିସ୍ଥିତିରେ, ଯେତେବେଳେ ଭାରତର ସ୍ପେସ୍‌ ଷ୍ଟେଶନରୁ ଚନ୍ଦ୍ର ଦୃଶ୍ୟମାନ ହେଉ ନ ଥିଲା, ସୂଚନା ଏଠାରୁ ସଂଗ୍ରହ କରାଯାଇ ଇସ୍ରୋକୁ ପ୍ରଦାନ କରାଯାଇଥିଲା।

ନାସା ଡୋପଲର ପ୍ରଭାବ ପାଇଁ  ରେଡିଓ ସିଗ୍‌ନାଲ ଉପରେ ମଧ୍ୟ ନଜର ରଖିଥିଲା, ଯାହା ମହାକାଶଯାନକୁ ଯିବାରେ ସାହାଯ୍ୟ କରିଥାଏ। ଚନ୍ଦ୍ରପୃଷ୍ଠରେ ଅବତରଣ ସମୟରେ ଏହି ସୂଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦର୍ଶାଏ ଯେ, ମହାକାଶଯାନ ପ୍ରକୃତ ସମୟରେ କିପରି କାର୍ଯ୍ୟ କରୁଛି।

ନାସା ସହିତ ୟୁରୋପୀୟ ସ୍ପେସ ଏଜେନ୍ସି (ESA) ମଧ୍ୟ ଭାରତକୁ ସାହାଯ୍ୟ କରିଛି। ଫ୍ରେଞ୍ଚ ଗୁଇନାର କୋରୋରେ ଅବସ୍ଥିତ ସ୍ପେସ୍‌ ଏଜେନ୍ସି (ଇସା)ର ୧୫ ମିଟର ଉଚ୍ଚ ଆଣ୍ଟେନା ଏବଂ ବ୍ରିଟେନର ଗୋନ୍‌ହିଲି ଆର୍ଥ ଷ୍ଟେଶନରେ ସ୍ଥାପିତ ୩୨ ମିଟର ଉଚ୍ଚ ଆଣ୍ଟେନା ବୈଷୟିକ ଦକ୍ଷତାକୁ ସମର୍ଥନ କରିବାକୁ ମନୋନୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri