‘ସ୍ଲିମ୍‌’ର ପ୍ରଥମ ଫଟୋ ଜାରି କଲା ନାସା

ଓ୍ବାଶିଂଟନ,୨୭ା୧: ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସାର ଏଲ୍‌ଆର୍‌ଓ ମହାକାଶଯାନ ଚନ୍ଦ୍ର (ସ୍ଲିମ୍‌) ପାଇଁ ଜାପାନର ଚନ୍ଦ୍ର ଲ୍ୟାଣ୍ଡର ସ୍ମାର୍ଟ ଲ୍ୟାଣ୍ଡରର ଚିତ୍ର କଏଦ କରିଛି। ସ୍ଲିମ୍‌ ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଏହା ସହିତ ଜାପାନ ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ପଞ୍ଚମ ଦେଶ ହୋଇପାରିଛି।

ଜାପାନ ପୂର୍ବରୁ ରୁଷିଆ, ଆମେରିକା, ଚାଇନା ଏବଂ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛନ୍ତି। ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି (ଜାକ୍ସା)ର ସ୍ଲିମ୍‌ ଟୋକିଓ ସମୟ ଅନୁଯାୟୀ ଶନିବାର ରାତି ୧୨.୨୦ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ପାଞ୍ଚ ଦିନ ପରେ ନାସାର ଏଆଲ୍‌ଆରଓ ମହାକାଶଯାନ ସେହି ସ୍ଥାନ ଦେଇ ଯାଇଥିଲା। ଯେଉଁଠାରେ ସ୍ଲିମ୍‌ ଏକ ନରମ ଅବତରଣ କରିଥିଲା। ଏହି ସମୟ ମଧ୍ୟରେ ଏଲଆର୍‌ଓ ସ୍ଲିମ୍‌ର ଫଟୋ ଉଠାଇ ଜାରି କରିଛି।

Share