ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଜାରି କଲା ନାସା…

ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍‌ ହୋଲ୍‌ ହେଉଛି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଅଧିକ ଥାଏ। ଏହା ସମସ୍ତ ପଦାର୍ଥକୁ ନିଜ ଆଡକୁ ଟାଣିଆଣିଥାଏ। ଏଥିରୁ ଆଲୋକ ମଧ୍ୟ ରକ୍ଷା ପାଇପାରି ନଥାଏ।

ନାସା ଅନୁସନ୍ଧାନକାରୀମାନେ ଏକ ନୂତନ ସୋନିଫିକେଶନ ବ୍ୟବହାର କରି ବ୍ଲାକ୍‌ ହୋଲର ଶବ୍ଦକୁ ରେକର୍ଡିଂ କରିଛନ୍ତି। ଭି-୪୦୪ ସାଇଜିନି ନାମକ ଏକ ସିଷ୍ଟମରୁ ପୃଥିବୀରୁ ପ୍ରାୟ୭,୮୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏକ ବ୍ଲାକ୍‌ ହୋଲରୁ ସୃଷ୍ଟି ହେଉଥିବା ଏହି ଶବ୍ଦର ଏକ ଭିଡିଓ ନାସା ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭି-୪୦୪ ସାଇଜିନି ର ସୋନିଫିକେଶନ ଏକ୍ସ-ରେ ତଥ୍ୟକୁ ଶବ୍ଦରେ ଅନୁବାଦ କରିଥାଏ।

Share