Categories: ଜାତୀୟ

ନଭେମ୍ବର ୧୩ ପର୍ଯ୍ୟନ୍ତ ହରିୟାଣା-ପଞ୍ଜାବରେ ୫୭ହଜାର ଥର ଜଳାଯାଇଛି ନଡା: ନାସା

ନୂଆଦିଲ୍ଲୀ,୧୪ ।୧୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା)ର ସାଟେଲାଇଟ ଡାଟାର ତଥ୍ୟ ଅନୁଯାୟୀ, ଚଳିତବର୍ଷ ନଭେମ୍ବର ୧ରୁ ୧୩ ମଧ୍ୟରେ ପଞ୍ଜାବ ଓ ହରିୟାଣାରେ ୨୦୧୨ପରେ ସବୁଠାରୁ ଅଧିକ ନଡା ଜଲାଯାଇଛି । ତଥ୍ୟ ଅନୁଯାୟୀ ୧-୧୩ ନଭେମ୍ବର ମଧ୍ୟରେ ଦୁଇ ରାଜ୍ୟରେ ୫୭,୨୬୩ଥର ନଡା ଜଳାଯାଇଛି, ଯାହା ୨୦୧୬ ମସିହାଠାରୁ ଅଧିକ । ତଥ୍ୟ ଅନୁଯାୟୀ, ନଡା ଜାଳିବା ଅକ୍ଟୋବର ମାସରୁ ଆରମ୍ଭ କରାଯାଇଛି । ପଞ୍ଜାବ ଓ ହରିୟାଣା ଭଳି ଦୁଇ କୃଷି ରାଜ୍ୟରେ ଏବେ ୭୫,୨୨୫ଥର ନଡା ଜାଲିବା ଘଟଣା ସାମ୍ନାକୁ ଆସିଛି । ଯାହା ୨୦୨୦ରେ ଜଳାଯାଇଥିବା ଘଟଣାଠାରୁ ମାତ୍ର ୪୪୦ କମ୍ । ପଡୋଶୀ ରାଜ୍ୟରେ ନଡା ଜାଳିବା କାରଣରୁ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବିଗିଡୁଥିବା କୁହାଯାଉଛି । ଏବେ ରାଜଧାନୀ ଦିଲ୍ଲୀରେ ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ପ୍ରଦୂଷଣ ଜନିତ ଲକଡାଉନ ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

Share