ହଠାତ୍‌ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍‌ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…

ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ। ଯାହାଯୋଗୁ ସେଦିନ ପୃଥିବୀରେ ସୂର୍ଯ୍ୟ ପରାଗ ଦେଖାଯାଇଥାଏ। ତେବେ ଏଥର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଉଛି ‘ରିଙ୍ଗ ଅଫ ଫାୟାର’। ଏହା ହେବା ଦ୍ୱାରା ସୂର୍ଯ୍ୟପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କି ରଖିଥାଏ। ଏହି ସମୟରେ ଚନ୍ଦୟର ଚାରିପାଖରୁ ଆଲୋକ ଦୃଶ୍ୟମାନ ହୋଇଥାଏ। ତେବେ ଏହି ଦୃଶ୍ୟର ଏକ ବିରଳ ଫଟୋକୁ ଆମେରିକାର ସ୍ପେସ ଏଜେନ୍ସି ନାସା ଫଟୋ ମାଧ୍ୟମରେ କଏଦ କରିଛି।

https://earthobservatory.nasa.gov/images/151954/darkened-by-the-moons-shadow?utm_source=TWITTER&utm_medium=NASAEarth&utm_campaign=NASASocial&linkId=242163948

ଡିପ ସ୍ପେସ କ୍ଲାଇମେଡ ଅବଜରଭେଟରୀ(DSCOVR)ରେ ନାସା ଆର୍ଥ ପୋଲିକ୍ରେମାଟିକ ଇମେଜିଂ ଦ୍ୱାରା ଏହି ଫଷଟା ନିଆଯାଇଛି। ମୁହଁରେ ଗଳାଦାଗ ଲାଗିଯିବା ପରି ସୂର୍ଯ୍ୟପରାଗ ସମୟରେ ପୃଥିବୀର ଏକ ଅଂଶରେ କଳାଦାଗ ପରି ଦୃଶ୍ୟମାନ ହୋଇଥିଲା। ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ କିଲୋମିଟର ଦୂରରୁ ଏହି ଫଟୋକୁ ନାସା ଉଠାଇଛି।

Share