ନାସା ଶେୟାର କଲା ଅଦ୍ଭୁତ ଫଟୋ, ହୀରା ପରି ଚମକୁଛି ଏହି ଗ୍ରହ

ଓ୍ବାଶିଂଟନ,୧୩ା୯: ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଏବଂ ଫଟୋ ଦେଖୁ। ବେଳେବେଳେ ଆମେ ଏପିରି କିଛି ସୁନ୍ଦର ଜିନିଷ ଦେଖିଥାଉ, ଯେଉଁଥିରୁ ଆଖି ଫେରାଇବା କଷ୍ଟକର।

ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ ଆଡମିନିଷ୍ଟ୍ରେଶନ (NASA) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଫଟୋ ବୁଧ ଗ୍ରହର। ଆମର ସୌର ପ୍ରଣାଳୀର ସବୁଠାରୁ ଛୋଟ ଗ୍ରହ। ପୃଥିବୀର କକ୍ଷପଥରେ ପ୍ରଥମ ମହାକାଶଯାନ ମେସେଞ୍ଜରର ଏହି ଫଟୋ ଦେଖିବା ପରେ ଲୋକମାନେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି।

ଏହି ଫଟୋ ସହିତ ନାସା ଏକ କ୍ୟାପ୍‌ଶନ ଲେଖିଛି। ଏଥିରେ ଲେଖା ଅଛି, ବୁଧ ପୃଥିବୀର ଚନ୍ଦ୍ରଠାରୁ ସାମାନ୍ୟ ବଡ଼ ଏବଂ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ ଅଟେ। ବୁଧ ୩୬ ନିୟୁତ ମାଇଲ ଦୂରରେ ସୂର୍ଯ୍ୟଙ୍କ ନିକଟତମ ଗ୍ରହ। ବୁଧ ହେଉଛି ସବୁଠାରୁ ଛୋଟ ଗ୍ରହ ଏବଂ ଏହା ମଧ୍ୟ ଦ୍ରୁତତମ। ଏହାର କକ୍ଷପଥରେ ସେକେଣ୍ଡରେ ପ୍ରାୟ ୨୯ ମାଇଲ ବେଗରେ ଯାତ୍ରା କରେ। ବୁଧ ଗୋଟିଏ ବର୍ଷ ପୃଥିବୀରେ କେବଳ ୮୮ ଦିନ ସହିତ ସମାନ।

ଏହି ପୋଷ୍ଟକୁ ୨ ଦିନ ପୂର୍ବରୁ ଶେୟାର କରାଯାଇଛି। ଏହି ପୋଷ୍ଟକୁ ପ୍ରାୟ ୧.୨ ମିଲିୟନ ଲାଇକ୍‌ ମିଳିଛି। ଏହା ବ୍ୟତୀତ ଲୋକମାନେ ଅନେକ ମନ୍ତବ୍ୟ ଦେଇ ଫଟୋକୁ ପ୍ରଶଂସା କରିଛନ୍ତି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ଲେଖିଛନ୍ତି, ବହୁତ ସୁନ୍ଦର। ଅନ୍ୟ ଜଣେ ଲେଖିଛନ୍ତି, ଏହା ଏକ ହୀରା ପରି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଆମର ପ୍ରିୟ ଗ୍ରହ।

Share