ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା

ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ ଗ୍ରହରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଫଟୋ ଦେଖିଛନ୍ତି କି? ଯଦି ନା ତେବେ ନାସା ଏବେ ମଙ୍ଗଳ ଗ୍ରହରେ କିପରି ସୂର୍ଯ୍ୟୋଦୟ ହୁଏ ତା’ର ଏକ ଫଟୋ ଶେୟାର କରିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ନାସା ଦୀର୍ଘଦିନ ଧରି ମଙ୍ଗଳ ଗ୍ରହରେ କେମିତି ଜୀବନ ଜିଇଁବା ସମ୍ଭବ ତା’ର ସନ୍ଧାନରେ ଥିଲା। ଏବେ ନାସା ଦ୍ୱାରା ଶେୟାର କରାଯାଇଥିବା ମଙ୍ଗଳଗ୍ରହରେ ସୂର୍ଯ୍ୟୋଦୟ ଦେଖିଲେ ଜାଣିପାରିବେନି ଏହା ପୃଥିବୀରେ ନା ମଙ୍ଗଳ ଗ୍ରହରେ ବୋଲି। ମଙ୍ଗଳ ଗ୍ରହରେ ପର୍ବତ ପରି ଦେଖାଯାଉଥିବା ପଥର ମଧ୍ୟରେ ସୂର୍ଯ୍ୟୋଦୟ ଅତ୍ୟନ୍ତ ମନୋରମ। ସେହିପରି ଅସ୍ତ ହେବାର ଚିତ୍ର ମଧ୍ୟ ବେଶ୍‌ ମନଛୁଆଁ।

ଆମେରିକାର ସ୍ପେସ ଏଜେନ୍ସି ନାସା ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛି। ଫଟୋ ଶେୟାର କରି ନାସା କ୍ୟାପଶନ ଲେଖିଛି, ‘ରେଡ୍‌ ପ୍ଲାନେଟରେ ଏକ ନୀଳ ସୂର୍ଯ୍ୟୋଦୟ’। ଏହା ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ପ୍ରଥମ ଫଟୋ।

ନାସା ଆହୁରି ମଧ୍ୟ ରିପୋର୍ଟ କରିଛି, ମଙ୍ଗଳ ଗ୍ରହରେ ଆମର ଏକ୍ସପ୍ଲୋରର ରୋବଟଗୁଡିକ ୧୯୭୦ ଦଶକରୁ ସୂର୍ଯ୍ୟୋଦୟକୁ ଦେଖୁଛନ୍ତି। ନାସା ଅନୁଯାୟୀ, ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ ନୀଳ ଦେଖାଯାଏ ଏବଂ ଏହା ବାୟୁମଣ୍ଡଳର ଧୂଳିକଣା ଯୋଗୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri