ମହାକାଶ ଷ୍ଟେଶନରେ ସଫଳତାର ସହିତ ‘ସୋଲାର ଆରେ’ ସ୍ଥାପନ କଲା ନାସା…

ଓ୍ବାଶିଂଟନ,୫।୧୨ : ଆମେରିକାର ସ୍ପେସ ଏଜେନ୍ସି (ନାସା) ର ଜ୍ୟୋର୍ତିବିଜ୍ଞାନୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ନୂତନ ରୋଲ ଆଉଟ ସୋଲାର୍‌ ଆରେକୁ ସଫଳତାର ସହ ସ୍ଥାପନ କରିଛନ୍ତି। ଟୁଇଟରରେ ଭିଡିଓ ଶେୟାର କରି ନାସା ଲେଖିଛି, ଆମେ ଏହାକୁ ଠିକ କରିପାରିବା କି? ହଁ, ଆମେ ପାରିବା।

ମହାକାଶଚାରୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ସ୍ପେସ ସେଣ୍ଟରର ତାରକା ଆକୃତିର ବୋର୍ଡରେ ଏହି ନୂତନ ସୋଲାରକ ଆରେ ସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ, ସୋଲାର ପ୍ୟାନେଲର ଅପରେଟିଂ କ୍ଷମତାର ୭୫ ପ୍ରତିଶତ ପୁନଃସ୍ଥାପିତ କରିବା ପାଇଁ ଏକ କେବୁଲ କାଟି ଅଲଗା କରାଯାଇଥିଲା।

ମହାକାଶଚାରୀମାନେ ଷ୍ଟେଶନରେ ଏକ ନୂତନ ରୋଲ-ଆଉଟ ସୋଲାର ଆରେ ସଫଳତାର ସହ ସ୍ଥାପନ କରିବା ପରେ ରାତି ୧୨ ଟା ୫୧ରେ ସ୍ପେସ ୱାକ ଶେଷ କରିଥିଲେ। ଏହି ପ୍ରକ୍ରିୟା, ୬୮ କ୍ରୁ ସଦସ୍ୟମାନଙ୍କୁ ଏକ ସ୍ପେସ ୱାକ ପାଇଁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ପ୍ରାୟ ସାତ ଘଣ୍ଟା ଧରି ଚାଲିଥିଲା ।

ନାସା କହିଛି ଯେ ୪-ଏ ପାୱାର ଚ୍ୟାନେଲରେ ସ୍ଥାପନ ପାଇଁ ଆମେରିକାର ପରବର୍ତ୍ତୀ ସ୍ପେସ ୱାକ ସୋମବାର, ଡିସେମ୍ବର ୧୯ ରେ ହେବ। ସଂସ୍ଥାପନ ପାଇଁ ଯୋଜନା ହୋଇଥିବା ମୋଟ ୬ ଟି ମଧ୍ୟରୁ ଏହା ଚତୁର୍ଥ ଆଇଆରଓଏସଏ ହେବ। ଏହା ଏହାର ଶକ୍ତି ଉତ୍ପାଦନ କ୍ଷମତାକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ଫଳରେ ଷ୍ଟେଶନର ମୋଟ ଉପଲବ୍ଧ ଶକ୍ତି ୧୬୦ କିଲୋୱାଟରୁ ୨୧୫ କିଲୋୱାଟକୁ ବୃଦ୍ଧି କରିବ।

Share