ଆସୁଛି ଭୟଙ୍କର ବିପଦ, ପୃଥିବୀକୁ ଧକ୍କା ଦେଇପାରେ ଏକ ବିରାଟ ପଥର ଖଣ୍ଡ: ନାସାର ଚେତାବନୀ

ଓ୍ବାଶିଂଟନ,୩ା୬: ଦୁନିଆର ବିନାଶ ବିଷୟରେ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏବେ ନାସା ଏକ ଚେତାବନୀ ଦେଇଛି। ପୃଥିବୀ ସହ ଏକ ବିରାଟ ପଥର ଖଣ୍ଡ ଧକ୍କା ହେବାକୁ ଯାଉଛି। ଯଦିଓ ଏହାର ସମ୍ଭାବନା କମ୍‌ ତଥାପି ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଯଦି ଏହି ପଥରଖଣ୍ଡକୁ ନିଜ ଆଡ଼କୁ ଟାଣେ ତେବେ ଏକ ଭୟଙ୍କର ଦୁର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ।

ନାସା ସମେତ ଅନେକ ସ୍ପେସ ଏଜେନ୍ସି ଏହି ପଥର ଉପରେ ନିରନ୍ତର ନଜର ରଖିଥାନ୍ତି। ବର୍ତ୍ତମାନ ଏପରି ଟେକ୍ନୋଲୋଜି ଆସିଛି, ଯାହା ଦ୍ୱାରା ପୃଥିବୀ ପୃଷ୍ଠକୁ ଆସୁଥିବା ଉଲ୍‌କାପିଣ୍ଡକୁ ସେହି ମହାକାଶରୁ ହିଁ ଗତପଥ ବଦଳାଇ ସିଧାସଳଖ ସମୁଦ୍ରରେ ପକାଇ ଦେବ। ଫଳରେ କୌଣସି କ୍ଷତି ହେବ ନାହିଁ। ମାତ୍ର କେତେବେଳେ ଏହି ପଥରଖଣ୍ଡ ପୃଥିବୀକୁ ଧକ୍କା ଦେବେ ସେ କଥାକୁ ମଧ୍ୟ ଏଡ଼ାଇ ହେବ ନାହିଁ। ବର୍ତ୍ତମାନ ନାସା ପୃଥିବୀ ଆଡ଼କୁ ଆଉ ଏକ ନୂତନ ପଥରର ଗତିବିଧି ନିଶ୍ଚିତ କରିଛି। ଏହାର ନାମ ୪୮୮୪୫୩(1994 XD) ଭାବରେ ରଖାଯାଇଛି। ଏହା ଆଗାମୀ ଦଶ ଦିନ ମଧ୍ୟରେ ପୃଥିବୀର କକ୍ଷପଥ ଦେଇ ଗତି କରିବ।

Share