ଆଜି ଚନ୍ଦ୍ରକୁ ଆର୍ଟେମିସ୍‌-୧ ପଠାଇବ ନାସା

ଓ୍ବାଶିଂଟନ୍‌, ୧୬ା୧୧: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ବୁଧବାର ଚନ୍ଦ୍ରକୁ ଆର୍ଟେମିସ୍‌ -୧ ସ୍ପେସ୍‌ ଫ୍ଲାଇଟ୍‌ ପଠାଇବ। ଆଡଭାନ୍ସ ଟେକ୍‌ନୋଲୋଜିରେ ତିଆରି ହୋଇଥିବା ଆର୍ଟେମିସ୍‌-୧ ମହାକାଶରେ ଥିବା ଅନ୍ତରୀକ୍ଷ ଯାନ ପାଇଁ ଲାଇଫ୍‌ ସପୋର୍ଟ ଭଳି କାର୍ଯ୍ୟ କରିବ। ଚନ୍ଦ୍ରଠାରୁ ୬୦, ୦୦୦୦ କିଲୋମିଟର ଦୂରରେ ଅବସ୍ଥାପିତ ହେବାକୁ ଥିବା ଆର୍ଟେମିସ୍‌-୧ ଡିସେମ୍ବରରେ ପୃଥିବୀରେ ସ୍ଲାସ୍‌ଡାଉନ୍‌ କରିବ। ଆମେରିକା କେପ୍‌ କାନାଭେରାଲସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ସକାଳ ୧୧ଟା ୩୪ ମିନିଟରେ ସ୍ପେସ୍‌ ଲଞ୍ଜ ସିଷ୍ଟମ ଜରିଆରେ ଆର୍ଟେମିସ୍‌କୁ ଚନ୍ଦ୍ରକୁ ଛଡ଼ାଯିବ।

Share