ନୂଆଦିଲ୍ଲୀ,୧୧ା୧: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେଶନ (ନାସା) ଭାରତୀୟ-ଆମେରିକୀୟ ଏ.ସି. ଚରଣିଆଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିତ୍ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ମହାକାଶ ସଂସ୍ଥାର ପ୍ରଶାସକ ବିଲ୍ ନେଲ୍ସନଙ୍କୁ ବୈଷୟିକ ନୀତି ଓ କାର୍ଯ୍ୟକ୍ରମ ଉପରେ ପରାମର୍ଶ ଦେବେ। ସେ ଗତ ୩ ତାରିଖରେ ନାସାରେ ଯୋଗଦେଇଥିଲେ। ନାସାରେ ଯୋଗଦେବା ପୂର୍ବରୁ ସେ ରିଲାଏବ୍ଲ ରୋବୋଟିକ୍ସର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବ୍ଲ୍ୟୁ ଅରିଜିନ୍ରେ ବ୍ଲ୍ୟୁ ମୁନ୍ ଲୁନାର ଲ୍ୟାଣ୍ଡର ପ୍ରୋଗ୍ରାମ ଓ ନାସାର ବିଭିନ୍ନ ବୈଷୟିକ ଉପକ୍ରମ ପାଇଁ କାମ କରିଥିଲେ।