ନାସାକୁ ସଫଳତା: ୭ ମାସ ଧରି ନିଖୋଜ ଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ସହିତ ସମ୍ପର୍କ ସ୍ଥାପନ

ଓ୍ବାଶିଂଟନ,୪।୧୧: ନାସାକୁ ବଡ଼ ସଫଳତା ମିଳିଛି। ଗତ ୭ ମାସ ଧରି ନିଖୋଜ ହୋଇ ଯାଇଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ଭୟୋଗର-୨ ସହିତ ନାସା ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଛି। ଏବେ ଏହା ପୃଥିବୀଠାରୁ ୧୮୬୬ କୋଟି କିଲୋମିଟର ଦୂରରେ ରହିଛି। ୧୯୭୭ରେ ଏହାକୁ ତଥ୍ୟ ସଂଗ୍ରହ ପାଇଁ ମହାକାଶକୁ ପ୍ରେରଣ କରାଯାଇଥିଲା। ଅଷ୍ଟ୍ରେଲିଆର ଡିପ୍‌ ସ୍ପେସ୍‌ ଷ୍ଟେଶନ-୪୩ର ଆଣ୍ଟେନା ଦ୍ୱାରା  ଖବର ପ୍ରେରଣ କରାଯିବାର ୩୪ ଘଣ୍ଟା ପରେ ନାସାକୁ ଭୋୟଗର-୨ ସିଗନାଲ୍‌ ପଠାଇଛି।

Share