ନାସାର ଭଏଜର୍‌-୨ ପୃଥିବୀକୁ ପଠାଇଲା ସଙ୍କେତ, ଆଶ୍ଚର୍ଯ୍ୟ ହେଲେ ମହାକାଶ ବିଜ୍ଞାନୀ…

ଓ୍ବାଶିଂଟନ,୨।୮ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଭଏଜର୍‌-୨ ପୃଥିବୀକୁ ସଙ୍କେତ ପଠାଇଛି। ଉଲ୍ଲେଖନୀୟ କଥା ହେଉଛି, ନାସା ସହିତ ଭଏଜର ସିଗନାଲ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ନାସା ମହାକାଶ ବିଜ୍ଞାନୀମାନଙ୍କ ଉଦ୍ୟମରେ ଯୋଗାଯୋଗ ପୁଣି ସ୍ଥାପିତ ହୋଇଛି। ତା’ପରେ ଭୋଏଜର୍‌ ୨ ପୁଣି ପୃଥିବୀକୁ ସଙ୍କେତ ପଠାଇଛି ।

୧୯୭୭ ମସିହାରେ ନାସା ଅନ୍ୟ ଗ୍ରହ ତଥା ଆମ ବ୍ରହ୍ମାଣ୍ଡ ବାହାରେ ଅନୁସନ୍ଧାନ କରିବା ପାଇଁ ମାନବିକତାର ପ୍ରତୀକ ଭାବରେ ମହାକାଶକୁ ଭଏଜର୍‌ -୨ କୁ ଉତକ୍ଷେପଣ କରିଥିଲା । ବର୍ତ୍ତମାନ ଏହି ଯାନ ପୃଥିବୀ ଠାରୁ ୧୨.୩ ବିଲିୟନ ମାଇଲ ଦୂରରେ ଏବଂ ଆମର ସୌରଜଗତ ବାହାରେ ରହିଛି।

ନାସାର ଜେଟ ପ୍ରପୁଲଶନ ଲାବୋରେଟୋରୀ ରିପୋର୍ଟ କରିଛି ଭୋଏଜର୍‌ ୨ କୁ ପଠାଯାଇଥିବା ଯୋଜନାବଦ୍ଧ ନିର୍ଦ୍ଦେଶଗୁଡ଼ିକ ଅଜାଣତରେ ଏହାର ଆଣ୍ଟେନାକୁ ପୃଥିବୀଠାରୁ ଦୁଇ ଡିଗ୍ରୀ ଦୂରରେ ଘୁଞ୍ଚାଇ ଦେଇଥିଲା। ଏହି କାରଣରୁ, ନାସା ଭଏଜର୍‌ ସହିତ ସମ୍ପର୍କ ହରାଇଥିଲା। ମଙ୍ଗଳବାର ନାସା ବିଶେଷଜ୍ଞଙ୍କ ଏକ ଟିମ ଭଏଜର୍‌-୨ ସହିତ ଯୋଗାଯୋଗ କରିବାର ଶେଷ ପ୍ରୟାସରେ ଦୀପ ସ୍ପେସ ନେଟୱାର୍କର ସାହାଯ୍ୟ ନେଇଥିଲେ ଏବଂ ଚମତ୍କାର ଭାବରେ ଭଏଜର୍‌-୨ ସହ ସମ୍ପର୍କ ପୁନଃପ୍ରତିଷ୍ଠିତ ହେବା ପରେ ପୃଥିବୀକୁ ସଙ୍କେତ ଆସିଥିଲା। ଏହା ସ୍ପଷ୍ଟ ହୋଇଛି ଭଏଜର୍‌-୨ କାର୍ଯ୍ୟ କରୁଛି ।

ଭଏଜର୍‌-୨ର ପ୍ରଣାଳୀ ଛାଡିବା ପୂର୍ବରୁ ବୃହସ୍ପତି ଏବଂ ଶନି ଗ୍ରହଗୁଡ଼ିକୁ ଅନୁସନ୍ଧାନ କଲା ଏବଂ ୟୁରାନସ ଏବଂ ନେପଟୁନ ଗ୍ରହ ପରିଦର୍ଶନ କରିବାରେ ପ୍ରଥମ ମହାକାଶଯାନ ହୋଇଥିଲା ।
ଭଏଜର୍‌-୨ର ପାୱାର୍‌ ବ୍ୟାଙ୍କ କିଛି ଦିନ ପରେ ସରିଯିବ, ଯେଉଁ କାରଣରୁ ଏହା ପ୍ରାୟ ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟ କରିବ। କିନ୍ତୁ ଏହା ପରେ ମଧ୍ୟ ଏହି ଯାନ ଗାଲାକ୍ସିରେ ବୁଲିବା ଜାରି ରଖିବ ।

Share