ଦୁବାଇ,୧୦।୯: ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ସୁପର-୪ ମୁକାବିଲାରେ ଲଗାତାର ଦୁଇ ଛକା ମାରି ପାକିସ୍ତାନକୁ ବିଜେତା କରାଇଥିଲେ ନସିମ ଶାହା। ଦଳର ଏହି ନୂଆ ଷ୍ଟାର ଆଉ ଏକ ବଡ଼ ପଦକ୍ଷେପ ନେଇ ଲୋକଙ୍କ ହୃଦୟ ଜିତିଛନ୍ତି। ୧୯ ବର୍ଷୀୟ ନସିମ ନିଜର ମ୍ୟାଚ୍ ବିଜୟୀ ଛକା ମାରିିଥିବା ବ୍ୟାଟ୍କୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମରୁ ମିଳିବାକୁ ଥିବା ଟଙ୍କାକୁ ସେ ପାକିସ୍ତାନରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସହାୟତା ଲାଗି ଦାନ କରିବେ ବୋଲି ଜଣାପଡ଼ିଛି।
ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛିି। ଭିଡିଓରେ ମହମ୍ମଦ ହସେନ ନସିମଙ୍କୁ ବ୍ୟାଟ୍କୁ ଉପହାରରେ ଦେଉଛନ୍ତି। ଏହାପରେ ନସିମ କହିଛନ୍ତି, ମୁଁ ଏହି ବ୍ୟାଟକୁ ନିଲାମ କରିବାକୁ ଚାହୁଁଛି। ଏଥିରୁ ଯେଉଁ ଟଙ୍କା ମିଳିବ ସେଥିରେ ବନ୍ୟା ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯିବ।