Categories: ଖେଳ

ଭାରତଠାରୁ ହାରିବା ପରେ କାନ୍ଦି କାନ୍ଦି ଡ୍ରେସିଂ ରୁମ୍‌କୁ ଫେରିଲେ ପାକିସ୍ତାନ ଖେଳାଳି

ଦୁବାଇ,୩୦।୮: ଏସିଆ କପ ୨୦୨୨ରେ ପାକିସ୍ତାନର ଦ୍ରୁତ ବୋଲର ନସିମ ଶାହା ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ତାଙ୍କ ବୋଲିଂ ବ୍ୟତୀତ କ୍ରିକେଟ୍‌ ପ୍ରତି ଥିବା ଉତ୍ସାହ ଜରିଆରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ନସିମ ତାଙ୍କ ଓଭର ବୋଲିଂ କରୁଥିବାବେଳେ କ୍ରାମ୍ପ୍ସ ଯୋଗୁ କଷ୍ଟ ଅନୁଭବ କରିଥିଲେ। ଏହା ସତ୍ତ୍ୱେ ସେ ବୋଲିଂ ଜାରି ରଖିଥିଲେ। ସୋସିଆଲ ମିଡିଆରେ ନସିମଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ ଭାରତ ବିପକ୍ଷ ମ୍ୟାଚରେ ପରାଜୟ ପରେ ନସିମ ଶାହା କାନ୍ଦି କାନ୍ଦି ପଡିଆରୁ ଫେରୁଥିଲେ। ସେ ଏତେ ଯନ୍ତ୍ରଣା ଅନୁଭବ କରୁଥିଲେ ଯେ ପାଣି ନେବାକୁ ମନା କରିଦେଇଥିଲେ। ଏହି ଭିଡିଓ କ୍ଲିପ ଡିବିଟିଭି ସ୍ପୋର୍ଟସର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି।
ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ଓଭରରେ ନସିମ ଶାହା କେଏଲ ରାହୁଲଙ୍କୁ ଶୂନରେ ଆଉଟ୍‌ କରିଥିଲେ। ଏହା ପରେ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ତାଙ୍କର ଶିକାର କରିଥିଲେ।

Share