Advertisement
Categories: ଖେଳ

ପାକିସ୍ତାନକୁ ଲାଗିପାରେ ବଡ଼ ଝଟ୍‌କା, ଏହି ଯୁବ ବୋଲର୍‌ ଖେଳିବା ନେଇ ଆଶଙ୍କା

ଇସଲାମାବାଦ,୭।୯: ପାକିସ୍ତାନର ଦ୍ରୁତ ବୋଲର୍‌ ନସିମ ଶାହାଙ୍କ ବାମ ହାତରେ ଆଘାତ ଲାଗିଥିବା ଆଶଙ୍କା କରାଯାଉଛି। ବୁଧବାର ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଏସିଆ କପ୍‌ର ସୁପର ୪ ମୁକାବିଲାରେ ନସିମଙ୍କୁ ଆଘାତ ଲାଗିଛି। ରବିବାର କଲମ୍ବୋରେ ଭାରତ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଏଥିରେ ସେ ଖେଳିବା ନେଇ ଆଶଙ୍କା ଦେଖାଯାଇଥିବାରୁ ଦଳର ଚିନ୍ତା ବଢ଼ିଛି।

ବାଲାଂଦେଶ ବ୍ୟାଟିଂ କରୁଥିବା ସମୟରେ ମହମ୍ମଦ ନଇମ ଫାଇନ୍‌ ଲେଗ୍‌ ଆଡକୁ ଏକ ଶଟ୍‌ ଖେଳିଥିଲେ। ନସିମ ବଲ୍‌କୁ ରୋକିବାକୁ ଯାଇ ବାମପଟକୁ ଡେଇଁଥିଲେ। ଏହାପରେ ସେ ନିଜ ହାତକୁ ଧରିବା ସହ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଆଘାତ କେତେ ଗମ୍ଭୀର ତାହା ଜଣାପଡ଼ିନାହିଁ।

ନସିମଙ୍କ ବୋଲିଂ ବିଷୟରେ କହିଲେ ସେ ବର୍ତ୍ତମାନ ସମୟରେ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଏସିଆ କପ୍‌ରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର୍‌ ସେ। ଭାରତ ବିପକ୍ଷ ଗ୍ରୁପ ମ୍ୟାଚ୍‌ରେ ସେ ୬ ରନ୍‌ ଦେଇ ଉଇକେଟ ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel