Categories: ଖେଳ

ନସିମ ଶାହା କୋଭିଡ୍‌ ପଜିଟିଭ: ଖେଳିପାରିବେନି ଟି୨୦ ମ୍ୟାଚ

ଲାହୋର,୨୯ା୯: ପାକିସ୍ତାନ ଫାଷ୍ଟ ବୋଲର ନସିମ ଶାହା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ଦୁଇ ଟି-୨୦ ମ୍ୟାଚ ଖେଳିପାରିବେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

ଶାହାଙ୍କୁ ନିମୋନିଆ ହୋଇଥିଲା। ଗୁରୁବାର ସେ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ସେ ଟିମ୍‌ ହୋଟେଲକୁ ଫେରିଥିଲେ ମଧ୍ୟ ତାଙ୍କୁ କୋଭିଡ୍‌ ପ୍ରୋଟୋକଲର ସମସ୍ତ ନିୟମ ଅନୁପାଳନ କରିବାକୁ ହେବ। ପାକିସ୍ତାନ ସୋମବାର ନ୍ୟୁଜିଲାଣ୍ଡ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ତୃତୀୟ ଦଳ ବାଂଲାଦେଶକୁ ନେଇ ଆୟୋଜିତ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରେ ଭାଗ ନେବ। ଏହି ଫାଷ୍ଟ ବୋଲର ଦଳ ସହିତ ନ୍ୟୁଜିଲାଣ୍ଡ ଗସ୍ତ କରିବେ କି ନାହିଁ ତାହା ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

Share