ନା କେବେ ଦେଖିଛି, ନା କେବେ ଦେଖିବି: ‘ଦ କେରଲା ଷ୍ଟୋରି’କୁ ନେଇ କହିଲେ ନାସିରୁଦ୍ଦିନ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଭିପୁଲ ଶାହାଙ୍କ ‘ଦ କେରଲା ଷ୍ଟୋରି’ ବହୁ ପ୍ରଶଂସା ଲାଭ କରୁଛି। ବିବାଦ ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ ଦମଦାର ଆୟ କରୁଛି। ଏହି ସମୟରେ ଅଭିନେତା ନାସିରୁଦ୍ଦିନ ଶାହା ଏହି ଚଳଚ୍ଚିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି। ସେ କହିଛନ୍ତି, ସେ ଏହି ଫିଲ୍ମ ଦେଖିବାକୁ ଚାହୁଁନାହାଁନ୍ତି।

ନାସିରୁଦ୍ଦିନ ଶାହା କହିଛନ୍ତି ଯେ ‘ଭୀଡ’ ଏବଂ ’ଫରାଜ’ ଭଳି ମହାନ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ଆୟ କରିପାରିଲା ନାହିଁ, କିନ୍ତୁ ‘ଦ କେରଲା ଷ୍ଟୋରି’ ଭଳି ଫିଲ୍ମ ବଡ ପରଦାରେ ଧମାଲ କରୁଛି। ଲୋକମାନେ ଏହି ଚଳଚ୍ଚିତ୍ର ବିଷୟରେ ବଡ଼ କଥା କହୁଛନ୍ତି, କିନ୍ତୁ ସେ ଏ ପର୍ଯ୍ୟନ୍ତ ଫିଲ୍ମ ଦେଖି ନାହାଁନ୍ତି କିମ୍ବା ସେ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଛନ୍ତି।

ନାସିରୁଦ୍ଦିନ ଶାହା ଏହି ଟ୍ରେଣ୍ଡକୁ ଜର୍ମାନୀର ନାଜିବାଦ ସହିତ ଯୋଡିଛନ୍ତି। ସେ କହିଛନ୍ତି ଯେ ହିଟଲରଙ୍କ ସମୟରେ ସରକାର କିମ୍ବା ନେତାମାନେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ନିଜ ଉପରେ ଚଳଚ୍ଚିତ୍ର କରିବା ପାଇଁ କହୁଥିଲେ। ଯେଉଁଥିରେ ସେମାନଙ୍କୁ ପ୍ରଶଂସା କରାଯାଇଥିଲା ଏବଂ ଦେଶର ଲୋକଙ୍କ ପାଇଁ ସରକାର କ’ଣ କରିଛନ୍ତି ତାହା ଦର୍ଶାଯାଉଥିଲା। ଏହି କାରଣରୁ ଅନେକ ଚଳଚ୍ଚିତ୍ର ନିର୍ମାତା ଜର୍ମାନୀ ଛାଡି ହଲିଉଡ ଯାଇ ସେଠାରେ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ବର୍ତ୍ତମାନ ସମାନ ଘଟଣା ଘଟୁଛି।

Share