Advertisement

ସଲମାନଙ୍କ ଫିଲ୍ମ ରିଲିଜ୍‌କୁ ନେଇ ମତ ରଖିଲେ ନସିରୁଦ୍ଦିନ

ମୁମ୍ବାଇ: କରୋନା ମହାମାରୀ ପାଇଁ ବଳିଉଡ୍‌ ବହୁ ପରିମାଣରେ କ୍ଷତି ସହିଲାଣି। ଦୀର୍ଘ ୫ ମାସ ହେବ ଦେଶର କୌଣସି ସିନେମା ହଲରେ ଫିଲ୍ମ ରିଲିଜ ହେଉନାହିଁ। ଏହାସହ ନିକଟରେ ମଧ୍ୟ ସିନେମା ହଲ୍‌ ଖୋଲିବାର କୌଣସି ନଜର ଆସୁନାହିଁ। ଏବେ କିଛି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯାଉଛି। ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ଭଳି ବଡ ବଡ ଷ୍ଟାରଙ୍କର ଫିଲ୍ମ ବି ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଉଛି। ଏହାରି ଭିତରେ ବଲିଉଡ୍‌ର ବରିଷ୍ଠ ଅଭିନେତା ନସିରୁଦ୍ଧିନ ଶାହଙ୍କର ଏକ ସାକ୍ଷାତ୍‌କାର ସାମ୍ନାକୁ ଆସିଛି। ଏଥିରେ ଏକ ପ୍ରଶ୍ନର ଉତ୍ତରରେ ନସିରୁଦ୍ଦିନ କହିଛନ୍ତି ବଲିଉଡ୍‌ ନାୟକ ସଲମାନ ଖାଁଙ୍କ ଫିଲ୍ମ ଯଦି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୁଏ ତେବେ ଦର୍ଶକେ ସେହିଭଳି ସିଟି ମାରିବେ, ତାଳି ମାରିବେ, ନାଚିବେ। ଯେମିତି ସେମାନେ ଫିଲ୍ମ ହଲ୍‌ରେ ସଲମାନଙ୍କ ମୁଭି ଦେଖି ଖୁସି ହେଉଥିଲେ। ତେବେ ଓଟିଟି ପ୍ଲାଟଫର୍ମକୁ ନେଇ ନସିରୁଦ୍ଦିନ ବେଶ୍‌ ଆଶାବାଦୀ ବୋଲି କହିଛନ୍ତି। ଏହି ପ୍ଲାଟଫର୍ମ ଏବେ ଏବେ ଆଗକୁ ଆସୁଥିବା ଯୁବ ଫିଲ୍ମ ନିର୍ମାତାଙ୍କୁ ଭଲ ଫିଲ୍ମରେ କାମ କରିବାକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ଆଉ ଏମାନେ ବିନା କୌଣସି ସର୍ତ୍ତରେ କମ୍‌ ବଜେଟରେ ଭଲ ଫିଲ୍ମ ତିଆରି କରିବାକୁ ଚେଷ୍ଟା କରିବେ ବୋଲି ସେ ମତ ଦେଇଛନ୍ତି। ପୂର୍ବରୁ ଭଲ ଫିଲ୍ମ କମର୍ସିଆଲ ଫିଲ୍ମ ଭିତରେ ହଜି ଯାଉଥିବା ବେଳେ ଏବେ କିନ୍ତୁ ୫ଶହ କୋଟି ବଜେଟର ଫିଲ୍ମ ଅତିତ ହୋଇଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share