Categories: ଜାତୀୟ

ବଜାରକୁ ଗଲେ ଦେବାକୁ ପଡ଼ିବ ୫ ଟଙ୍କା: ୧ ଘଣ୍ଟାରୁ ଅଧିକ ସମୟ ରହିଲେ ୫ଶହ ଜରିମାନା

ମୁମ୍ବାଇ, ୩୦।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ଏହା ତୀବ୍ର ହୋଇଛି। ବିଶେଷ କରି ମହାରାଷ୍ଟ୍ର ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟ ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ତେବେ ନାଶିକ ଜିଲା ପୋଲିସ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ନୂଆ ପଦକ୍ଷେପ ଆପଣାଇଛି। ବଜାର ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଟଙ୍କା ଲେଖାଏ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ବଜାର କିମ୍ବା ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଉଥିବା ଲୋକଙ୍କୁ ସର୍ବପ୍ରଥମେ ୫ ଟଙ୍କା ଲେଖାଏ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ଏହା ପରେ ସେମାନଙ୍କୁ ଏକ ଟିକେଟ ଦିଆଯିବ। ଏହି ଟିକେଟ ଏକ ଘଣ୍ଟା ପର୍ଯ୍ୟନ୍ତ ଭାଲିଡିଟି ରହିବ। ଭାଲିଡିଟି ସମୟ ପରେ ବଜାରରେ ରହୁଥିବା ବ୍ୟକ୍ତି ଧରାପଡ଼ିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ନାସିକ ପୋଲିସ ପକ୍ଷରୁ ଜଣାପଡ଼ିଛି।

Share