Categories: ଜାତୀୟ

ଭାଜପା କାର୍ଯ୍ୟାଳୟ ଉପରେ ଶିବସେନା କର୍ମୀଙ୍କ ପଥରମାଡ

ମୁମ୍ବାଇ,୨୪ ।୮: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ନାରାୟଣ ରାଣେଙ୍କ ବିବାଦୀୟ ବୟାନ ପରେ ଏବେ ମହାରାଷ୍ଟ୍ରରେ ବିବାଦ ମୁଣ୍ଡ ଟେକିଛି । ସମ୍ପୂର୍ଣ୍ଣ ରାଜ୍ୟରେ ଶିବସେନା ଓ ଭାଜପା କର୍ମୀ ମୂହାଁମୁହିଁ ହୋଇଛନ୍ତି । ଇତିମଧ୍ୟରେ ନାସିକରେ ଥିବା ଭାଜପା କାର୍ଯ୍ୟାଳୟ ଉପରକୁ ପଥରମାଡ ହୋଇଥିବା ଜଣାପଡିଛି । ଶିବସେନା କର୍ମୀଙ୍କ ଦ୍ୱାରା ଏହି ପଥରମାଡ କରାଯାଇଛି ବୋଲି କୁହାଯାଉଛି । ଏହାସହ ସାଙ୍ଗଲିରେ ରାଣେଙ୍କ ପୋଷ୍ଟରକୁ ମଧ୍ୟ ସୁଟ୍ କରାଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଭାଜପା ନେତା ରାଣେ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ଏକ ବୟାନ ଦେଇଥିଲେ । ଏଥିରେ ସେ ଠାକରେଙ୍କ ଆଲୋଚନା କରିବା ଓ ତାଙ୍କୁ ଚାପୁଡା ମାରିବାକୁ କହିଥିଲେ । ଏହାପରେ ରାଣେଙ୍କ ବିରୋଧରେ ପୋଲିସରେ ଏଫ୍‌ଆଇଆର୍ ଦାଖଲ କରାଯାଇଥିଲା । ଆଉ ଏହାପରେ ଶିବସେନା କର୍ମୀମାନେ ପଥରମାଡ କରିବା ଆରମ୍ଭ କରି ଦେଇଛନ୍ତି ।

Share