Advertisement
Categories: Home Leftଖେଳ

ଦୁଇ ବର୍ଷ ବାସନ୍ଦ ପରେ କ୍ରିକେଟକୁ ଫେରିଲେ ଏହି ଖେଳାଳି

ଢାକା,୭ା୪: ଦୁଇ ବର୍ଷର ବାସନ୍ଦାଦେଶ ଶେଷ କରିବା ପରେ ବାଂଲାଦେଶ କ୍ରିକେଟର ନାସିର ହୋସେନ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଇସିସିର ଦୁର୍ନୀତି ନିବାରଣ ନିୟମ ଭଙ୍ଗ କରିବା ଲାଗି ତାଙ୍କୁ ୨୦୨୩ ସେପ୍ଟେମ୍ବରରେ ବାସନ୍ଦ କରାଯାଇଥିଲା। ବାସନ୍ଦାଦେଶର ଶର୍ତ୍ତ ମୁତାବକ, ବାଧ୍ୟତାମୂଳକ ଦୁର୍ନୀତି ନିବାରଣ ଶିକ୍ଷା ସେଶନ ନେବା ସହ ହୋସେନ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି।

ଏହା ତାଙ୍କ ପାଇଁ ଏପ୍ରିଲ ୭ ତାରିଖରୁ ଆନୁଷ୍ଠାନିକ ଭାବେ କ୍ରିକେଟରେ ପୁନଃ ପ୍ରବେଶ କରିବାର ବାଟ ଖୋଲି ଦେଇଛି ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପକ୍ଷରୁ କୁହାଯାଇଛି। ୩୩ ବର୍ଷୀୟ ହୋସେନ ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ବାଂଲାଦେଶ ପାଇଁ ସମସ୍ତ ଫର୍ମାଟରେ ୧୧୫ ମ୍ୟାଚ ଖେଳିଥିଲେ। ନାସିର ଚଳିତ ଢ଼ାକା ପ୍ରିମିୟର ଲିଗ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel