Advertisement

‘କୋହଲି ଯଦି ଆସିଯାଆନ୍ତି…’ ତୃତୀୟ ମ୍ୟାଚ୍‌ ପୂର୍ବରୁ ଡରିଲାଣି ଇଂଲଣ୍ଡ

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ପ୍ରତ୍ୟାବର୍ତ୍ତନ କରି ବଡ଼ ବିଜୟ ହାସଲ କରିଥିଲା। ଏବେ ତୃତୀୟ ଟେଷ୍ଟ ପୂର୍ବରୁ ବଡ଼ ବ୍ରେକ୍‌ ମିଳିଛି। ଏଥିରେ କିଙ୍ଗ ବିରାଟ କୋହଲି ଯୋଡ଼ି ହୋଇ ପାରନ୍ତି ବୋଲି କୁହାଯାଉଛି। ଗୋଟିଏ ପଟେ ଭାରତୀୟ ପ୍ରଶଂସକ କୋହଲିଙ୍କୁ ଅପେକ୍ଷା କରିଥିବା ବେଳେ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଭୟ ଦେଖାଯାଇଛି।

ଏନେଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସୈନ କହିଛନ୍ତି, ତୃତୀୟ ମ୍ୟାଚ୍‌ରେ ଯେତେବେଳେ ବିରାଟ ଫେରିବେ ସେତେବେଳେ ମଇଦାନରେ ଭାରତୀୟ ଟିମ୍‌ର କ୍ରୁର ରୂପ ଦେଖିବାକୁ ମିଳିବ, ଯାହାକି ପ୍ରଥମ ୨ ମ୍ୟାଚ୍‌ରେ ନ ଥିଲା। କୋହଲି ଆସିବା ପରେ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ଦ୍ୱିଗୁଣିତ ହେବ। ଏପରିକି ଆମଗୁ ଜେମ୍ସ ଆଣ୍ଡରସନ ଏବଂ କୋହଲିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିବ।

କହିରଖୁଛୁ, କୋହଲି ପ୍ରଥମ ୨ ଟେଷ୍ଟ ମ୍ୟାଚ୍‌ରୁ ବିରତି ନେଇ ଲଣ୍ଡନରେ ଅଛନ୍ତି। କାରଣ ସେ ବାପା ହେବାକୁ ଯାଉଥିବାରୁ ପରିବାର ସହ ସମୟ ବିତାଉଛନ୍ତି। ଏବେ ତୃତୀୟ ଟେଷ୍ଟରେ ସେ ଦଳ ସହ ଯୋଡ଼ି ହୋଇପାରନ୍ତି ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share