ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା ଯୋଗୁ ୩୦ ବର୍ଷୀୟ ପେସର ଚଳିତ ଆଇପିଏଲରେ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ତାଙ୍କୁ ଏବେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।
ଏହି ବୋଲରଙ୍କୁ ଏବେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ରିପୋର୍ଟ କରିବାକୁ ପଡ଼ିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଆମ ପାଖରେ ପୂରା ରିପୋର୍ଟ ନାହିଁ। କିନ୍ତୁ ଆଣ୍ଠୁ ସମସ୍ୟା ପୁଣି ଥରେ ଦେଖାଦେଇଛି। ତାଙ୍କୁ ଏନ୍ସିଏରେ ରିହାବ କରିବାକୁ ପଡ଼ିବ।