Posted inHome, Home Left, ଖେଳ

ଏହି କ୍ରିକେଟରଙ୍କୁ ରୋମାଣ୍ଟିକ୍‌ ପୋଷ୍ଟ ଲେଖିଲେ ସ୍ତ୍ରୀ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ସେ ପରିବାରଠାରୁ ଦୂରରେ ଅଛନ୍ତି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ରୋମାଣ୍ଟିକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋ ଗୁଡ଼ିକରେ ଉଭୟଙ୍କର ସ୍ମରଣୀୟ ମୁହୂର୍ତ୍ତ ସବୁ କଏଦ୍‌ ହୋଇଛି। ପ୍ରଥମ ଫଟୋଟିରେ ହାର୍ଦ୍ଦିକ ଦୁବାଇରେ ନତାଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିବାବେଳର। ଦ୍ୱିତୀୟ ଫଟୋରେ ନତାଶା ଗର୍ଭବତୀ ଥିବା ସମୟରେ ହାର୍ଦ୍ଦିକ ତାଙ୍କ ପେଟକୁ ଚୁମ୍ବନ ଦେଉଥିବାର ଦେଖାଯାଉଛି। ଏହି ଫଟୋ ଶେୟାର କରି ନତାଶା ଲେଖିଥିଲେ- ମୋର ପ୍ରିୟ, ବନ୍ଧୁ ଏବଂ ପ୍ରେମିକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ଆମ ଜୀବନରେ ବହୁତ ଖୁସି ଆଣିଛ। ମୁଁ ତୁମ ସହିତ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ତୁମକୁ ଧନ୍ୟବାଦ। ତୁମେ ଫେରିବାକୁ ଅପେକ୍ଷା କରିଛୁ। ବିଶେଷକରି ଅଗସ୍ତ୍ୟ ତୁମକୁ ବହୁତ୍‌ ମିସ୍‌ କରୁଛି। ନତାଶା ହାର୍ଦ୍ଦିକ ଏବଂ ପୁଅ ଅଗସ୍ତ୍ୟଙ୍କ ସୁନ୍ଦର ଫଟୋ ସହିତ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ସୂଚନାଯୋଗ୍ୟ, ହାର୍ଦ୍ଦିକ ଏବଂ ନତାଶା ଗତ ଜାନୁଆରୀରେ ସେମାନଙ୍କ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ। ଗତ ଅଗଷ୍ଟରେ ପୁଅ ଅଗସ୍ତ୍ୟଙ୍କୁ ଜନ୍ମ ଦେଇଥିଲେ ନତାଶା। ଏବେ ହାର୍ଦ୍ଦିକ ଆଇପିଏଲ ଟୁର୍ନାମେଣ୍ଟ ପାଇଁ ଦୁବାଇରେ ଅଛନ୍ତି।

https://www.instagram.com/p/CGMUmjNAZhb/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ଦୁର୍ଘଟଣା: ୨୦ ଘଣ୍ଟା ରାସ୍ତା ଜାମ

ଅନୁଗୋଳ,୧।୪(ମାନସ ବିଶ୍ୱାଳ): ଅନୁଗୋଳ ସହର ହନୁମାନ ବଜାରରେ ଏକ ଟ୍ରଲର ଦୁର୍ଘଟଣା ଘଟି ୨୦ ଘଣ୍ଟା ରାସ୍ତା ଜାମ ହୋଇଛି। ଫଳରେ ଲୋକଙ୍କ ଯାତାୟତରେ ନାହିଁ...

ବଳାତ୍କାର ମାମଲାରେ ପାଦ୍ରୀ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡ, ମୋହାଲି କୋର୍ଟ ଶୁଣାଇଲେ ରାୟ

ମୋହାଲି,୧।୪: ମଙ୍ଗଳବାର ପଞ୍ଜାବର ମୋହାଲି କୋର୍ଟ ପାଦ୍ରୀ ବଜିନ୍ଦର ସିଂହଙ୍କ ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ବଜିନ୍ଦର ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।...

ଉତ୍ତମ ସେବା ଗ୍ରାହକଙ୍କୁ ବାନ୍ଧିରଖେ

ଝାରସୁଗୁଡ଼ାସ୍ଥିତ ଇନଫିନିଟି ଭେଞ୍ଚରର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ପଓ୍ବନ କୁମାର ସୁଲତାନିଆ। ଜଣେ ସଫଳ ବ୍ୟବସାୟୀ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ପଓ୍ବନଙ୍କ ବ୍ୟବସାୟିକ...

ପୋଲିସ ପ୍ରତିଷ୍ଠା ଦିବସ: ୫ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସ୍‌ପି

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ପୋଲିସ ପଡ଼ିଆଠାରେ ମଙ୍ଗଳବାର ଗଞ୍ଜାମ ଜିଲାସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ଅଭାବନୀୟ ଘଟଣା: ହସ୍ପିଟାଲ ମୃତ ଘୋଷିତ କରିଥିବା ଶିଶୁକୁ ୨୦୦ ଦିନ ପରେ ଜୀବିତ ଉଦ୍ଧାର କଲେ ମାଆ

ହାଜିପୁର,୧।୪: ପ୍ରାୟ ୨୦୨ ଦିନ ପୂର୍ବେ, ଜଣେ ମହିଳା ତାଙ୍କର ପଞ୍ଚମ ସନ୍ତାନକୁ ଜନ୍ମ ଦେଇଥିଲେ। ତିନି ଝିଅ ଏବଂ ଗୋଟିଏ ପୁଅ ପରେ ଏହି...

କଟକରେ ବଡଧରଣର ଅଗ୍ନିକାଣ୍ଡ: ସୁଟ୍‌କେସ୍‌ ସୋ’ରୁମ ସହ କପଡ଼ା ଗୋଦାମରେ ଲାଗିଲା ନିଆଁ

କଟକ, ୧ା୪: କଟକ ସହରର ଦୋଳମୁଣ୍ଡାଇ ଅଞ୍ଚଳରେ ଏକ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ସକାଳେ ସ୍ଥାନୀୟ ଲୋକମାନେ ପ୍ରଥମେ ଏକ...

ଡେବ୍ୟୁ ମ୍ୟାଚ୍‌ରେ ରେକର୍ଡ ବର୍ଷା କଲେ ଅଶ୍ୱିନୀ କୁମାର: ପ୍ରଥମ ବଲ୍‌ରେ ମିଳିଲା ଉଇକେଟ୍‌

ମୁମ୍ବାଇ,୧।୪: ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଅଶ୍ୱିନୀ କୁମାର କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଏବଂ ଅନେକ...

ହନୁମାନ ଚାଳିଶା ପାଠକରି ୧୪୦ କିଲୋମିଟର ଲମ୍ବା ପଦଯାତ୍ରାରେ ବାହାରିଲେ ଅନନ୍ତ ଅମ୍ବାନୀ

ମୁମ୍ବାଇ,୧।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବର୍ତ୍ତମାନ ଦ୍ୱାରକାଧୀଶ ତୀର୍ଥଯାତ୍ରାରେ ଅଛନ୍ତି। ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image