ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଖେଳିବା ପାଇଁ ଦୁବାଇ ଯାଇଛନ୍ତି। ଦୁହେଁ ପରସ୍ପରଠାରୁ ବହୁତ ଦୂରରେ ଥିଲେ ମଧ୍ୟ ନତାଶା ତାଙ୍କ ପୁଅ ସହିତ ହାର୍ଦ୍ଦିକଙ୍କ ମନୋବଳ ବଢାଇବାକୁ ପଛାଇ ନାହାନ୍ତି। ସେ ଘରେ ଥାଇ ଫଟୋ ମାଧ୍ୟମରେ ହାର୍ଦ୍ଦିକ ଏବଂ ତାଙ୍କ ଦଳକୁ ଉତ୍ସାହିତ କରୁଛନ୍ତି। ଆଇପିଏଲର ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ପାଣ୍ଡ୍ୟାଙ୍କୁ ଚିୟର କରିବା ପାଇଁ ଆଗେଇ ଆସିଥିଲେ ନତାଶା। ସେ କେଳରେ ପୁକୁ ଧରି ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ନଜର ଆସିଥିଲେ। ନତାଶାଙ୍କ ବ୍ୟତୀତ ହାର୍ଦ୍ଦିକଙ୍କ ଭାଇ ବୈଭବ ପାଣ୍ଡ୍ୟା ମଧ୍ୟ ତାଙ୍କ ଦୁଇ ଭାଇଙ୍କୁ ଉତ୍ସାହିତ କରିଛନ୍ତି। ସେ ପରିବାର ସହିତ ଇନଷ୍ଟାଗ୍ରାମ ଷ୍ଟୋରୀ ଲାଇଭ ଚାଟିଂରେ ଭିଡିଓ ସେୟାର କରିଛନ୍ତି। ପୁଅ ଜନ୍ମହେବାର କିଛି ଦିନ ପରେ ହାର୍ଦ୍ଦିକ ଦୁବାଇ ଯାଇଥିଲେ। ହାର୍ଦ୍ଦିକ ନତାଶା ଏବଂ ତାଙ୍କ ପୁଅକୁ ବହୁତ ମିସ କରୁଛନ୍ତି। କିଛିଦିନ ପୂର୍ବରୁ ନତାଶା ଏବଂ ପୁଅ ସହ କଥା ହେଉଥିବା ଅନଲାଇନ ଭିଡିଓ କଲର ସ୍କ୍ରିନସଟ ଶେୟାର କରିଥିଲେ।