ପାଣ୍ଡ୍ୟା- ନତାଶାଙ୍କ ହେଲା ଛାଡପତ୍ର, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ମଧ୍ୟରେ ଛାଡପତ୍ର ହୋଇଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନତାଶା ଏହି ସୂଚନା ଦେଇଛନ୍ତି। ନତାଶା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତ। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ନତାଶା ତାଙ୍କ ପୋଷ୍ଟରେ ପୁଅ ଅଗସ୍ତ୍ୟଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଇନଷ୍ଟାଗ୍ରାମରେ ନତାଶା ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ଶ୍ରେଷ୍ଠତ୍ୱ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ଆମ ଦୁହଁ ଜଣଙ୍କର ଏହି ନିଷ୍ପତ୍ତି। ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ । ଆମେ ଦୁହେଁ ତାଙ୍କୁ ସମସ୍ତ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।

ହାର୍ଦ୍ଦିକ ଏବଂ ନତାଶା ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ଶେୟାର କରିଛନ୍ତି। ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ନିଶ୍ଚିତ କରିଛନ୍ତି। ପାଣ୍ଡ୍ୟା ଏବଂ ନତାଶା ୩୧ ମଇ ୨୦୨୦ରେ ବିବାହ କରିଥିଲେ। ସେହି ବର୍ଷ ତାଙ୍କ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲେ। ସେମାନଙ୍କର ଆଇନଗତ ବିବାହ ପରେ ପାଣ୍ଡ୍ୟା ଏବଂ ନତାଶାଙ୍କର ରୀତିନୀତି ସହିତ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri