ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା; ଲିଭ୍‌ ଇନ୍‌ରେ ରହିବାକୁ…

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି ଅଭିନେତା ବରୁଣ ଧଓ୍ବନ। ହେଲେ ତାଙ୍କ ପ୍ରେମ କାହାଣୀ ସେତେଟା ସହଜ ନ ଥିଲା। ପିଲାଦିନର ବନ୍ଧୁ ହୋଇଥିଲେ ହେଁ ବରୁଣଙ୍କ ପ୍ରେମକୁ ସହଜରେ ଗ୍ରହଣ କରି ନ ଥିଲେ ନତାଶା। ଉଭୟଙ୍କ ସମ୍ପର୍କକୁ ନେଇ କିଛି ରୋଚକ କଥା ଜାଣନ୍ତୁ।

ଷଷ୍ଠ ଶ୍ରେଣୀରୁ ପରସ୍ପରକୁ ଜାଣନ୍ତି ବରୁଣ-ନତାଶା। ପ୍ରଥମେ ବନ୍ଧୁ ହେବା ପରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଥିଲେ। ହେଲେ ଏହା ଏତେ ସହଜ ନ ଥିଲା। ତିନିରୁ ଚାରିଥର ପ୍ରେମ ନିବେଦନ କରିବା ସତ୍ତ୍ୱେ ନତାଶା ବରୁଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ବହୁତ କଷ୍ଟରେ ରାଜି ହୋଇଥିବା ନେଇ କରିନା କପୁରଙ୍କ ଶୋ’ରେ ବରୁଣ ମନକଥା କହିଥିଲେ।

ବିବାହ ପର୍ଯ୍ୟନ୍ତ କଥା ବଢ଼ିବା ପରେ ନତାଶାଙ୍କ ସହ ଲିଭ୍‌ ଇନ୍‌ରେ ରହିବାକୁ ବରୁଣଙ୍କ ବହୁତ ଇଚ୍ଛା ଥିଲା। ହେଲେ ପରିବାରଲୋକେ ରାଜି ହୋଇ ନ ଥିଲେ। ସେମାନେ ବିବାହ କରନ୍ତୁ ବୋଲି ସେମାନେ ଚାହୁଁଥିଲେ। ଶେଷରେ ଉଭୟ ବିବାହ କରିନେଇଛନ୍ତି।

Share