ଲଗଜରୀ ହେବ ନତାଶା-ହାର୍ଦ୍ଦିକଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡରେ ଶୁଣିବାକୁ ମିଳିଛି ବିବାହ ଖବର । କେଏଲ ରାହୁଲ ଓ ଆଥିୟା ସେଟ୍ଟି ବିବାହ କରିବା ପରେ ଏବେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଶୁଣିବାକୁ ମିଳିଛି କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକ ପୁଣିଥରେ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି । ଏମାନେ ପ୍ରଥମେ ନିରାଡମ୍ବର ଭାବେ ବିବାହ କରିଥିବା ବେଳେ ଏବେ କିନ୍ତୁ କପୁଲ ଧୁମଧାମରେ ବିବାହ କରିବେ ବୋଲି ସ୍ଥିର କରିଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏମାନେ ପ୍ରଥମେ ତରବରିଆ ଭାବେ ବିବାହ କରିଥିବାରୁ ଏହାକୁ ଏନଜୟ କରିପାରି ନ ଥିଲେ । ଏବେ କିନ୍ତୁ ଏମାନେ ଶାନଦାର ଓ ବହୁତ ବଡ ଢଙ୍ଗରେ ବିବାହ କରିବାକୁ ସ୍ଥିର କରିଛନ୍ତି । କୁହାଯାଉଛି କି ଏହା ଏକ ହ୍ୱାଇଟ ୱେଡିଂ ହେବ ।
ବିବାହ ପାଇଁ ନତାଶା ଓ ହାର୍ଦ୍ଦିକ ଉଦୟପୁରକୁ ବାଛିଛନ୍ତି । ଏମାନଙ୍କ ପକ୍ଷରୁ ବିବାହର ଅଫିସିଆଲ ଡେଟ ଘୋଷଣା ନ ହୋଇଥିବା ବେଳେ ଏମାନେ କୁଆଡେ ଭାଲେଣ୍ଟାଇନ ଡେ’ରେ ବିବାହ କରିବେ ବୋଲି କୁହାଯାଉଛି ।
ଏମାନଙ୍କ ବିବାହ କାଫି ଖାସ୍ ହେବ । କାରଣ ଏମାନେ ଦ୍ୱିତୀୟ ଥର ବିବାହ ପାଇଁ ଏକ ସ୍ପେଶାଲ ଡେ’ ବାଛିଥିବା ବେଳେ ଏହି ବିବାହରେ ଏମାନଙ୍କ ପୁଅ ବି ସାମିଲ ହେବ । ତେବେ ଏହି ବିବାହରେ ଅତିଥିଙ୍କ ସଂଖ୍ୟା ହାତଗଣତି ହେବ ବୋଲି କୁହାଯାଉଛି ।

Share