Advertisement

ଆରମ୍ଭରୁ ରାଜସ୍ଥାନକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୬।୪: ଚଳିତ ଆଇପିଏଲରେ ମଙ୍ଗଳବାର ପ୍ରଥମ ଥର ପାଇଁ ପରାଜୟ ସ୍ବାଦ ଚାଖିଥିବା ରାଜସ୍ଥାନ ରୟାଲ୍ସକୁ ବୁଧବାର ଆଉ ଏକ ଶକ୍ତ ଧକ୍କା ଲାଗିଛି। ଅଷ୍ଟ୍ରେଲିଆନ ବୋଲିଂ ଅଲରାଉଣ୍ଡର ନାଥନ କୁଲ୍ଟର ନାଇନ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ସନରାଇଜର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ୩୪ ବର୍ଷୀୟ ଅଷ୍ଟ୍ରେଲିଆନ ଖେଳାଳି ରେହାବିଲିଟେଶନ ପାଇଁ ସ୍ବଦେଶ ଫେରି ଯାଇଛନ୍ତି।

“ ମୋତେ ତାଙ୍କୁ ବିଦାୟ ଦେବାକୁ ପଡ଼ିଲା। ଆହତ ସମସ୍ୟା ଯୋଗୁ ଜଣଙ୍କୁ ହରାଇବା ସର୍ବଦା କଷ୍ଟକର। ତୁମେ ଜାଣିଛ ଆମେ ତୁମକୁ ପୂରା ସିଜନରେ ଖେଳାଇବାକୁ ଚିନ୍ତା କରିଥିଲୁ। ଦୁର୍ଭାଗ୍ୟବଶତଃ, ତାହା ଘଟିବ ନାହିଁ। କିନ୍ତୁ ତୁମେ ଆମର ଏକ ବଡ଼ ଅଂଶ। ତୁମକୁ ଆମଠୁ କିଛି ଦରକାର, ଆମେ ସର୍ବଦା ପ୍ରସ୍ତୁତ ଅଛୁ” ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଟୁଇଟ୍‌ କରାଯାଇଥିବା ଭିଡିଓରେ ଦଳର ମୁଖ୍ୟ ଫିଜିଓ ଜନ ଜିଓଷ୍ଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, କୁଲ୍ଟର ନାଇଲଙ୍କୁ ମେଗା ଅକଶନରେ ୨ କୋଟି ଟଙ୍କାରେ ରାଜସ୍ଥାନ କିଣିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel