Categories: ଖେଳ

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସମସ୍ତଙ୍କୁ ଚକିତ କଲେ ଏହି ବୋଲର୍‌; ଡେବ୍ୟୁ ମ୍ୟାଚ୍‌ରେ ନେଲେ ହାଟ୍ରିକ୍‌; ତଥାପି ହାରିଲା…

ନୂଆଦିଲ୍ଲୀ,୭।୮: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟଚ୍‌ରେ ବାଂଲାଦେଶ-ଅଷ୍ଟ୍ରେଲିଆ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ। ଢ଼ାକାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଜଣେ ନୂଆ ଖେଳାଳି ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍‌ରେ ୨୬ ବର୍ଷୀୟ ଦ୍ରୁତ ବୋଲର ନାଥାନ୍‌ ଏଲିସ୍‌ ଡେବ୍ୟୁ କରିଥିଲେ। ନିଜ କ୍ରିକେଟ କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ଏଲିସ୍‌ ହାଟ୍ରିକ୍‌ ନେଇ ଏବେ ଚର୍ଚ୍ଚାରେ।

ଏଲିସ ୩.୩ ଓଭରରେ ୩୩ରନ୍‌ ଦେଇଥିଲେ। ହେଲେ ସେ ଓଭରର ଶେଷ ୩ ବଲରେ କମାଲ କରିଥିଲେ। ଫଳରେ ୪ ଓଭର ପରେ ତାଙ୍କର ବୋଲିଂ ୩୪ ରନ୍‌ରେ ୩ ଉଇକେଟ ରହିଥିଲା। ନିଜର ପ୍ରଦର୍ଶନ ସହ ଏଲିସ୍‌ ଅନେକ ରେକର୍ଡ କରିଥିଲେ।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟାରେ ଡେବ୍ୟୁରେ ହାଟ୍ରିକ୍‌ ନେଇଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଏଥିସହ ଟି-୨୦ ଅନ୍ତର୍ଜାତୀୟ ଇନିଂସର ଶେଷ ତିନୋଟି ବଲ୍‌ରେ ହାଟ୍ରିକ ନେଇଥିବା ପ୍ରଥମ ଖେଳାଳି ସେ ମଧ୍ୟ ପାଲଟିଛନ୍ତି। ବ୍ରେଟ୍‌ ଲି ଏବଂ ଆଷ୍ଟନ ଅଗରଙ୍କ ପରେ ଟି-୨୦ରେ ହାଟ୍ରିକ ନେଇଥିବା ତୃତୀୟ ଅଷ୍ଟ୍ରେଲିୟ ବୋଲର୍‌ ପାଲଟିଛନ୍ତି।

ତେବେ ଅଷ୍ଟ୍ରେଲିୟ ବୋଲର୍‌ ହାଟ୍ରିକ ନେଇଥିବା ମ୍ୟାଚ୍‌ରେ ବିଜେତା ହୋଇଥାନ୍ତି। ହେଲେ ଏଥର ସେଭଳି ହୋଇନାହିଁ। ଏହି ମ୍ୟାଚ୍‌ରେ ବାଲାଂଦେଶ ଅଷ୍ଟ୍ରେଲିଆକୁ ୧୦ରନ୍‌ରେ ପରାସ୍ତ କରି ଇତିହାସ ରଚିଛି। ଲଗାତାର ଭାବେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟି-୨୦ ମୁକାବିଲା ଜିତିଛି।

Share