Categories: ଖେଳ

ଇତିହାସ ରଚିଲେ ନାଥନ୍‌ ଲିଅନ୍‌

ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍‌ ନାଥନ୍‌ ଲିଅନ୍‌ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯ ଓଭରରେ ୧୨୬ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ଏଥିରେ ୧୩ ଓଭର ମେଡେନ ଥିଲା। ତେବେ ଲିଅନ୍‌ କୌଣସି ନୋ ବଲ୍‌ ନ ପକାଇ ୩୦,୦୦୦ରୁ ଅଧିକ ବଲ୍‌ ବୋଲିଂ କରିଥିବା ପ୍ରଥମ ବୋଲର୍‌ ହୋଇପାରିଛନ୍ତି। ୪୬୧ ଟେଷ୍ଟ ଖେଳିଥିବା ଲିଅନଙ୍କ ଏଭଳି ଅନୁଶାସନ ପ୍ରଶଂସନୀୟ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ଏହାଛଡ଼ା ଲିଅନ୍‌ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ବଲ୍‌ ପକାଇଥିବା ମାମଲାରେ କୋର୍ଟନି ଓ୍ବାଲ୍ସଙ୍କୁ ପଛରେ ପକାଇ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଲିଅନ ତାଙ୍କ କ୍ୟାରିୟରରେ ୧୧୬ ଟେଷ୍ଟରେ ୩୦,୦୬୪ ବଲ୍‌ ପକାଇସାରିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ମୁରଲୀଧରନ ଅଛନ୍ତି। ସେ ୪୪,୩୩୯ ବଲ୍‌ ପକାଇଛନ୍ତି। ସେହିଭଳି ଦ୍ୱିତୀୟରେ ଅନିଲ କୁମ୍ବଲେ(୪୪,୮୫୦) ବଲ୍‌ ଏବଂ ତୃତୀୟରେ ଶେନ ଓ୍ବାର୍ନ(୪୦,୭୦୫) ବଲ୍‌ ପକାଇଛନ୍ତି।

Share