Categories: ଖେଳ

ଇତିହାସ ରଚିଲେ ନାଥାନ ଲିୟନ

ନୂଆଦିଲ୍ଲୀ,୧୨।୩: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିୟ ଅଫ୍‌-ସ୍ପିନର ନାଥାନ ଲିୟନ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ବିଦେଶୀ ବୋଲର୍‌ ଭାବେ ଭାରତରେ ସର୍ବାଧିକ ଟେଷ୍ଟ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି। କେଏସ୍‌ ଭରତଙ୍କୁ ଆଉଟ୍‌ କରି ସେ ଭାରତରେ ୫୫ତମ ଉଇକେଟ ନେଇଥିଲେ। ଇଂଲଣ୍ଡର ପୂର୍ବତନ ବାମହାତୀ ସ୍ପିନ ବୋଲର୍‌ ଡେରେକ୍‌ ଅଣ୍ଡରଉଡଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଶେନ ଓ୍ବର୍ନଙ୍କ ପରେ ଲିୟନଙ୍କ ରୂପରେ ମହାନ ବୋଲର ମିଳିଛି। ଅନେକ ମ୍ୟାଚ୍‌ରେ ଦଳ ବିଜେତା ହେବା ପଛରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଲିୟନଙ୍କ ଜବରଦସ୍ତ ସ୍ପିନ୍‌ ବୋଲିଂ ଯୋଗୁ ଦଳ ଭାରତରେ ଅନେକ ମ୍ୟାଚ୍‌ ଜିତୁଛି। ଜାରି ରହିଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ମ୍ୟାଚ୍‌ରେ ଲିୟନ ୧୧ ଉଇକେଟ ନେଇଥିଲେ।

Share