Categories: ଖେଳ

ଦ୍ୱିତୀୟ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମେଲବୋର୍ନ,୨୬।୭: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରେମିକା ନାଥନ ମ୍ୟାକାର୍ଥୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ ଲାୟନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରିଛନ୍ତି। ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବା ସହ ଲାୟନଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଏହା ହେଉଛି ନାଥନଙ୍କର ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ମେଲ ୱାରିଙ୍ଗଙ୍କ ସହିତ ହୋଇଥିଲା। ତାଙ୍କର ଦୁଇଟି ଝିଅ ଅଛନ୍ତି।
ନାଥନ ଏବଂ ଇମ୍ମା ମ୍ୟାକାର୍ଥୀ ୨୦୧୭ରୁ ପରସ୍ପରକୁ ଡେଟ୍‌ କରୁଥିଲେ। ଲାୟନ ଖେଳୁଥିବା ଅନେକ ମ୍ୟାଚ୍‌ରେ ମ୍ୟାକାର୍ଥୀଙ୍କୁ ପୂର୍ବରୁ ଦେଖିବାକୁ ମିଳିଥିଲା। ଏବେ ଉଭୟ ନିଜର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଛନ୍ତି।
ଏାୟନ ଅଷ୍ଟ୍ରେଲିଆ ପାଇଁ ୧୧୦ଟି ଟେଷ୍ଟ ମ୍ୟାଚ ଖେଳି ୪୩୮ ଉଇକେଟ୍‌ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ସେ ୨୦ଥର ୫ରୁ ଅଧିକ ଉଇକେଟ୍‌ ନେଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ପାଇଁ ମାତ୍ର ୨୯ଟି ଦିନିକିଆ ଖେଳି ଲାୟନ ୨୯ଟି ଉଇକେଟ ନେଇଛନ୍ତି। ସେ ଦୁଇଟି ଟି-୨୦ ଖେଳି ୨ଟି ଉଇକେଟ୍‌ ନେଇଛନ୍ତି।

Share