Categories: ଫୁରସତ

ଜାତୀୟ ମାତାପିତା ଦିବସ

ମାତାପିତା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଏହି ସମ୍ପର୍କକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ପ୍ରତିବର୍ଷ ଲୋକମାନେ ମାତାପିତା ଦିବସ ପାଳନ କରିଥାନ୍ତି। ମାତାପିତା ସୋମାନଙ୍କ ପିଲାମାନଙ୍କୁ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ପ୍ରତିପୋଷଣ କରନ୍ତି, ପ୍ରତ୍ୟେକ କ୍ଷେତ୍ରରେ ନିଜ ପିଲାଙ୍କ ପାଖରେ ଠିଆ ହୁଅନ୍ତି। ସେମାନଙ୍କୁ ଏହା ହୃଦୟଙ୍ଗମ କରିବା ପାଇଁ ଏହି ଦିନ ପାଳନ କରାଯାଏ।

ଜାତୀୟ ମାତାପିତା ଦିବସରେ ଆମେ ଆମର ମାତାପିତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ବଳିଦାନ ଏବଂ ଭଲ ପାଇବାକୁ ମନେ ରଖିଥାଉ। ଏହି ଦିନରେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଯଦି ଆମେ ଏହି ଦିବସର ଇତିହାସ ବିଷୟରେ କହିବା ତେବେ ଏହା ୧୯୭୩ରେ ଆରମ୍ଭ ହୋଇଥିଲା। ଏହା ପ୍ରଥମେ ଦକ୍ଷିଣ କୋରିଆରେ ପାଳନ କରାଯାଇଥିଲା। କିନ୍ତୁ ଏହା ପରେ ୧୯୯୪ରେ ଆମେରିକାରେ ପାଳନ କରାଯାଇଥିଲା।

ଯେଉଁଦିନ ଆମେରିକାରେ ଜାତୀୟ ମାତାପିତା ଦିବସ ପାଳନ କରାଯାଇଥିଲା ସେହିଦିନ ଜୁଲାଇର ଚତୁର୍ଥ ରବିବାର ଥିଲା। ତେଣୁ ଅନେକ ଦେଶରେ ଜୁଲାଇର ଚତୁର୍ଥ ରବିବାରରେ ଜାତୀୟ ମାତାପିତା ଦିବସ ପାଳନ କରାଯାଏ। ଆମ ଦେଶରେ ମଧ୍ୟ ଜୁଲାଇ ୪ର୍ଥ ରବିବାର ଆଜିର ଦିନରେ ପାଳନ କରାଯାଉଛି।

ମାତାପିତାମାନେ ନିଜ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି, କେବଳ ଏତିକି ନୁହେଁ, ସେମାନେ ନିଜ ପିଲାମାନଙ୍କ ପାଇଁ ବହୁତ ବଳିଦାନ ଦିଅନ୍ତି। ମାତାପିତାମାନେ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ନିଜ ପିଲାମାନଙ୍କର ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତି, ତେଣୁ ଏହି ଦିନ ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ମାତାପିତାଙ୍କ ସେବା କରିବା। କେବଳ ଏହି ଗୋଟିଏ ଦିନ ନୁହେଁ, ପିଲାମାନେ ମାତାପିତା ବଞ୍ଚିଥିବା ଯାଏ ସେବା କରିବା ଉଚିତ୍‌। ତେବେ ଯାଇ ମାତାପିତାଙ୍କ ଜୀବନ ସାର୍ଥକ ହୋଇଥାଏ।

Share