Categories: ଜାତୀୟ

ଜମ୍ମୁ -କଶ୍ମୀରରୁ ଟଳିନି ଅଲ-କାଏଦାର ଭୟ, ଭାରତୀୟ ଉପମହାଦ୍ୱୀପରେ ୨୦୦ ଆତଙ୍କବାଦୀ ମହଜୁଦ: ସଂଯୁକ୍ତ ରାଷ୍ଟ୍ର

ଶ୍ରୀନଗର,୨୭।୭: ସାରା ବିଶ୍ୱରେ ଧାର୍ମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଜଡିତ ଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ପକ୍ଷରୁ ବର୍ତ୍ତମାନ କୌଣସିି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉନାହିଁ। କିନ୍ତୁ ଏହାର ବିପଦ ଦୁନିଆରୁ କିମ୍ବା ଭାରତରୁ ଶେଷ ହୋଇନାହିଁ। ଏହି ସଂଗଠନ ଏବେବି ନିରବ ରହିଛି କିନ୍ତୁ ଭାରତର ଜମ୍ମୁ-କଶ୍ମୀର ରାଜ୍ୟ ସମେତ ଭାରତୀୟ ଉପମହାଦ୍ୱୀପର ଅନ୍ୟାନ୍ୟ ଅଂଶ ଉପରେ ଏହାର ନଜର ରହିଛି ଏବଂ ଏହା ଭିତରେ ଏହାର ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛି। ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟରେ ଏହା କୁହାଯାଇଛି।

ଏହି ଅନୁଯାୟୀ, ଭାରତୀୟ ଉପମହାଦ୍ୱୀପରେ ଅଲ କାଏଦାର ୨୦୦ ଆତଙ୍କବାଦୀ ଅଛନ୍ତି ଏବଂ ଓସାମା ମେହମୁଦ ହେଉଛନ୍ତି ସେମାନଙ୍କ ଆମିର। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଜୁଲାଇ ୨ ରେ ଅଲ-କାଏଦା ଏବଂ ଇସଲାମିକ ଷ୍ଟେଟର କାର୍ଯ୍ୟକଳାପ ସମ୍ପର୍କରେ ଏହି ରିପୋର୍ଟ ପ୍ରକାଶ ପାଇଛି।

 

Share