Categories: ଫୁରସତ

ଭାରତର ଜାତୀୟ ପଶୁ ‘ବାଘ’, ଆମେରିକାର ଜାଣିଲେ ଚକିତ ହେବେ…

ଭାରତର ରାଷ୍ଟ୍ରୀୟ ପଶୁ ହେଉଛି ଅପାର ଶକ୍ତିର ପ୍ରତୀକ ବାଘ। ହେଲେ ଆମେରିକାର ଜାତୀୟ ପଶୁ କିଏ ଆପଣ ଜାଣନ୍ତି କି? ହୁଏତ ନା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଥିବା ଆମେରିକାର ଜାତୀୟ ପଶୁ ହେଉଛି ‘ଆମେରିକାନ୍‌ ବାଇସନ୍‌’। ଏହା ହେଉଛି ଉତ୍ତର ଆମେରିକାରେ ଦେଖାଯାଉଥିବା ସବୁଠାରୁ ବଡ଼ ସ୍ତନ୍ୟପାୟୀ ପ୍ରାଣୀ। ଏମାନେ ଦେଖିବାକୁ ବହୁତ ବଡ଼।

ବାଘ ଘଣ୍ଟା ପ୍ରତି ୬୫ କିମି ବେଗରେ ଦୌଡ଼ି ପାରୁଥିବା େଳେ ବାଇସନ ଘଣ୍ଟାପ୍ରତି ୩୫ ମାଇଲ ଦୌଡ଼ିପାରେ। ପୁରୁଷ ବାଇସନ୍‌ର ଓଜନ ୨୦୦୦ ପାଉଣ୍ଡ (ପ୍ରାୟ ୯୦୮କେଜି) ହୋଇଥିବା ବେଳେ ମାଈ ବାଇସନ୍‌ ୧୦୦୦ ପାଉଣ୍ଡ(ପ୍ରାୟ ୪୫୪ କେଜି)ର ହୋଇଥାଏ। ଏହି ପଶୁ ପ୍ରାୟ ୪ ଲକ୍ଷ ବର୍ଷ ପୂର୍ବେ ଏସିଆରୁ ଆମେରିକା ଆସିଥିବା କୁହାଯାଏ।

Share