Categories: ଜାତୀୟ

ୟୁପିର ସମସ୍ତ ମଦ୍ରାସାରେ କ୍ଲାସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶର ସମସ୍ତ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ମଦ୍ରାସାରେ ପ୍ରାର୍ଥନା ସହ କ୍ଲାସ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗିତ ଗାନକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଛାତ୍ର ଓ ଶିକ୍ଷକ ଏକାଠି ମିଶି ଜାତୀୟ ସଙ୍ଗିତ ଗାନ କରିବେ । ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ପରିଷଦର ବୈଠକରେ ଗୁରୁବାର ଏହିଭଳି କିଛି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବା ପୂର୍ବରୁ ମଦ୍ରାସାର ଗୁଣବତ୍ତା ବୃଦ୍ଧି ଓ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବାକୁ ମଦ୍ରାସା ବୋର୍ଡ ଏଭଳି ପଦକ୍ଷପ ନେଇଛି ।

Share