ବଦଳିବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗିତ! ଜମାତ-ଇ-ଇସଲାମି ଦେଲା ଅଲଟିମେଟମ

ଢାକା,୮।୯: ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଆମାର ସୋନାର ବଙ୍ଗଲା’କୁ ପରିବର୍ତ୍ତନ କରିବାକୁ ଦାବି କରି ଆଜମୀ କହିଛନ୍ତି ଯେ ୧୯୭୧ରେ ଭାରତ ଆମ ଉପରେ ଏହା ଲଗାଇଥିଲା, ବାଂଲାଦେଶର ନୂତନ ଜାତୀୟ ସଂଗୀତକୁ ନେଇ ଏକ ବିବାଦ ଦେଖାଦେଇଥିଲା, ଯାହା ପରେ କ୍ଷମତାକୁ ଆସିଥିବା ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏକ ବୟାନ ଦେଇଛନ୍ତି।

ବାଂଲାଦେଶର ମୌଳବାଦୀ ଇସଲାମ ପାର୍ଟି ଜମାତ-ଇ-ଇସଲାମିର ପୂର୍ବତନ ଅମିତ ଗୁଲାମ ଆଜାମଙ୍କ ପୁଅ ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ତଥା ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଜାତୀୟ ସଂଗୀତ ପ୍ରସଙ୍ଗକୁ ଏହି ସରକାରଙ୍କ ଉପରେ ଛାଡିଛି। ଆମର ବର୍ତ୍ତମାନର ଜାତୀୟ ସଂଗୀତ ଆମର ସ୍ବାଧୀନ ବାଂଲାଦେଶର ଅସ୍ଥିତ୍ୱର ବିପରୀତ ଅଟେ।
ଏହା ବଙ୍ଗଳା ବିଭାଜନ ଏବଂ ଦୁଇଟି ବଙ୍ଗଳାର ମିଶ୍ରଣ ସମୟକୁ ଚିହ୍ନିତ କରେ। ଦୁଇ ବଙ୍ଗଳାକୁ ଏକଜୁଟ କରିବା ପାଇଁ ସୃଷ୍ଟି ହୋଇଥିବା ଏକ ଜାତୀୟ ସଂଗୀତ କିପରି ଏକ ସ୍ବାଧୀନ ବାଂଲାଦେଶର ଜାତୀୟ ସଂଗୀତ ହୋଇପାରିବ? ଆଜମି ଏହା ଉପରେ ଅଟକି ନଥିଲେ, ସେ କହିଛନ୍ତି ଯେ ଆମ ଦେଶ ଉପରେ ଭାରତ ଏହି ଜାତୀୟ ସଂଗୀତ ଲଦି ଦେଇଛି। ତେଣୁ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ପାଇଁ ଏକ ଆୟୋଗ ଗଠନ କରିବା ଉଚିତ। ଏପଟେ ଏବେ ଜାତୀୟ ସଙ୍ଗିତରେ କୌଣସି ପରିବର୍ତ୍ତନର ଯୋଜନା ନ ଥିବା ବର୍ତ୍ତମାନର ସରକାର କହିଛନ୍ତି।

Share