Categories: ଜାତୀୟ

ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି। ସୋମବାର ରାତିରେ ନାଗପୁରର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୀରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କର ମୃତ୍ୟୁ ଖବର ନେଇ ଫିଲ୍ମ ମେକର ନୀଲେଶ ଆମ୍ବେଦକର ଟୁଇଟ୍‌କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଜଣେ ଲେଖକ, କବି, ବିଚାରକ, ସାମାଜିକ କାର୍ଯ୍ୟକର୍ତ୍ତା, ବିଦ୍ରୋଦର ସମ୍ପାଦକ ତଥା ରାଷ୍ଟ୍ରୀୟ ପୁରସ୍କାର ବିଜେତା ଭୀର ସାଥିଦାରଙ୍କର ପରଲୋକ ଘଟିଛି।
୨୦୧୫ରେ ରିଲିଜ୍‌ ଫିଲ୍ମ ‘କୋର୍ଟ’ ପାଇଁ ଭୀର ଜାତୀୟ ପୁରସ୍କାର ପାଇଥିଲେ। ଖାଲି ସେତିକି ନୁହେଁ, ଏହି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥିଲା। ଏଥିରେ ଭୀର ଜଣେ ବିଦ୍ରୋହୀ କାର୍ଯ୍ୟକର୍ତ୍ତା ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା।

Share