Categories: ଜାତୀୟ

ଅମିତ ଶାହାଙ୍କୁ ଭେଟିଲେ ବନ୍ଦି ସଞ୍ଜୟ, ତେଲଙ୍ଗାନା ବିଧାନସଭା ନିର୍ବାଚନ ବିଷୟକୁ ନେଇ କଲେ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୭: ଭାଜପା ଏମ୍‌ପି ବନ୍ଦି ସଞ୍ଜୟ କୁମାର ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ବନ୍ଦି ସଞ୍ଜୟ କୁମାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଅମିତ ଶାହାଙ୍କୁ ଭେଟିବା ପରେଭାଜପା ଏମ୍‌ପି କହିଛନ୍ତି ଯେ, ଅମିତ ଶାହା କହିଛନ୍ତି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳର ବିଜୟ ନିଶ୍ଚିତ କରିବାକୁ ତେଲଙ୍ଗାନାରେ ଭଲ କାମ କରିବାକୁ ପଡିବ।

ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା କଠିନ ପରିଶ୍ରମ କରୁଛି। ଆଗାମୀ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ତେଲଙ୍ଗାନାର ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି।

Share