Categories: ଜାତୀୟ

ତାଲିବାନ ସହ କଥା ହେବାକୁ ଭାରତକୁ ଉପଦେଶ ଦେଲେ ଫାରୁକ

ଜମ୍ମୁ,୨୫ ।୯: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଭାରତ ସରକାରଙ୍କୁ ତାଳିବାନ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି । ଏବେ ଫାରୁକଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫାରୁକ ଅବଦୁଲ୍ଲା କହିଛନ୍ତି ଆମେ ଆଫଗାନିସ୍ତାନରେ ବହୁ ପରିମାଣରେ ପୁଞ୍ଜି ନିବେଶ କରିଛୁ, ତେଣୁ ତା’ସହ ସମ୍ପର୍କ ରଖିବାରେ ଅସୁବିଧା କ’ଣ । ଅବଦୁଲ୍ଲା କହିଛନ୍ତି ଆଫଗାନିସ୍ତାନ ଏବେ ତାଲିବାନ ହାତରେ ହେଲେ ଆମେ ତା’ସହ ସମ୍ପର୍କ ରଖିବାରେ କିଛି ଅସୁବିଧା ନୁହେଁ । ଆଫଗାନିସ୍ତାନର ପୂର୍ବ ଶାସନ ସମୟରେ ଭାରତ ଭିନ୍ନ ଭିନ୍ନ ପ୍ରୋଜେକ୍ଟ ଉପରେ ଅରବ ଟଙ୍କା ଖର୍ଚ୍ଚ କରିଥିଲା । ତେଣୁ ଏବେ ଆମକୁ ଆଫଗାନ ଶାସକ ସହ କଥା ହେବା ଦରକାର । ସୂଚନାଯୋଗ୍ୟ, ଗତ ସରକାର ସମୟରେ ଭାରତ ଆଫଗାନିସ୍ତାନରେ ପ୍ରାୟ ୨୩ ହଜାର କୋଟି ଟଙ୍କା ନିବେଶ କରିଥିଲା । ଭାରତ ଆଫଗାନିସ୍ତାନର ସଂସଦ ଭବନର ନିର୍ମାଣ କରିଥିଲା । ଆଫଗାନିସ୍ତାନ ସହ ମିଶି ଏକ ବଡ ପୋଲର ନିର୍ମାଣ ମଧ୍ୟ ନିର୍ମାଣ କରିଥିଲା ।

Share