ପୋର୍ଟ ବ୍ଲେୟର,୨୯।୭: ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ରିପୋର୍ଟ କରିଛି ଯେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ ୬୯ କିଲୋମିଟର ଗଭୀରରେ ରହିଛି। ଏହାପୂର୍ବରୁ ଜୁଲାଇ ୯ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କ୍ୟାମ୍ପବେଲ ବେ ଦକ୍ଷିଣ-ପୂର୍ବରେ ୫.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା।