Posted inଜାତୀୟ

ଜାତୀୟ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ,୨୩ା୪:ସମ୍ପ୍ରତି ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସ୍ଥିତିକୁ ସୁପ୍ରିମକୋର୍ଟ ନ୍ୟାଶନାଲ ଏମର୍ଜେନ୍ସି ବା ଜାତୀୟ ଜରୁରିକାଳୀନ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ, ଶଯ୍ୟା ଓ ଆଣ୍ଟାଇ-ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭିର ସଙ୍କଟକୁ ନେଇ ୬ ହାଇକୋର୍ଟରେ କେତେକ ପିଟିଶନର ଶୁଣାଣି ଚାଲିଥିବାବେଳେ ଗୁରୁବାର ଦେଶର ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଅକ୍ସିଜେନ ଯୋଗାଣ, ଜୀବନ ରକ୍ଷାକାରୀ ଔଷଧ ଓ ଟିକାକରଣ ପଦ୍ଧତି ଉପରେ ଆମେ ଏକ ‘ଜାତୀୟ ନୀତି’ ଦେଖିବାକୁ ଚାହୁଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ଏନେଇ ନୋଟିସ ପଠାଇଛନ୍ତି। ତାମିଲନାଡୁର ଟୁଟିକୋରିନରେ ବେଦାନ୍ତର ଷ୍ଟେରଲାଇଟ୍‌ କପର୍‌ ୟୁନିଟ୍‌ ଖୋଲିବା ପାଇଁ କମ୍ପାନୀ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଶୁକ୍ରବାର କରିବାକୁ ଶୀର୍ଷ ଅଦାଲତ ରାଜି ହୋଇଛନ୍ତି। କାରଣ ଉକ୍ତ ପ୍ଲାଣ୍ଟରେ ହଜାର ହଜାର ଟନ୍‌ ଅକ୍ସିଜେନ ଉତ୍ପାଦନ କରାଯିବ ଏବଂ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ତାହା ମାଗଣାରେ ଦିଆଯିବ ବୋଲି ବେଦାନ୍ତ ଦର୍ଶାଇଛି।
ଟୁଟିକୋରିନ ପ୍ଲାଣ୍ଟ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ଆଣି ୨୦୧୮ ମେ’ ୨୨ରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ତାମିଲନାଡୁ ପୋଲିସ ଗୁଳି ଚଳାଇଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ବିବାଦ ବଢ଼ିବାରୁ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ପ୍ଲାଣ୍ଟକୁ ବନ୍ଦ କରିଦେଇଥିଲା। ଏବେ କୋଭିଡ୍‌-୧୯ ଭୂତାଣୁ ସେହି ପ୍ଲାଣ୍ଟ ଖୋଲିବା ଲାଗି ବେଦାନ୍ତ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ସୁପ୍ରିମକୋର୍ଟରେ ବେଦାନ୍ତ ଏକ ପିଟିଶନ ଦାଏର କରିଛି। ସେଥିରେ ଦର୍ଶାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲେ ବେଦାନ୍ତ ୫ରୁ ୬ ଦିନ ମଧ୍ୟରେ ଉତ୍ପାଦନ ଆରମ୍ଭ କରିପାରିବ। ହଜାର ହଜାର ଟନ୍‌ ଅମ୍ଳଜାନ ଉତ୍ପାଦନ କରି ରୋଗୀଙ୍କୁ ମାଗଣାରେ ଯୋଗାଇବା ପାଇଁ କମ୍ପାନୀ ପ୍ରସ୍ତୁତ। ବେଦାନ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଗୁରୁବାର ହିଁ ଏହାର ଜରୁରୀ ଶୁଣାଣି କରାଯାଉ ବୋଲି ଅନୁରୋଧ କରିଥିଲେ। ଅକ୍ସିଜେନ ଅଭାବରୁ ଲୋକେ ପ୍ରତିଦିନ ମରୁଛନ୍ତି। ଆମେ ଅକ୍ସିଜେନ ଉତ୍ପାଦନ କରି କୋଭିଡ୍‌-୧୯ ରୋଗୀମାନଙ୍କ ଚିକିତ୍ସା ପାଇଁ ଯୋଗାଇବୁ ବୋଲି ସାଲ୍‌ଭେ ଯୁକ୍ତି ବାଢ଼ିଥିଲେ। ତେବେ ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସି.ଏସ୍‌. ବୈଦ୍ୟନାଥନ୍‌ ବେଦାନ୍ତର ପିଟିଶନକୁ ସୁପ୍ରିମକୋର୍ଟ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବା ଦର୍ଶାଇ ଏହାର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଯାଉ ବୋଲି ଯୁକ୍ତି ବାଢ଼ିଥିଲେ। କମ୍ପାନୀ ବର୍ତ୍ତମାନ ସ୍ଥିତିରେ ୨ରୁ ୪ ସପ୍ତାହ ପୂର୍ବରୁ ଅକ୍ସିଜେନ ଉତ୍ପାଦନ ଆରମ୍ଭ କରିପାରିବ ନାହିଁ ବୋଲି କେତେକ ରେକର୍ଡର ଅବତାରଣା କରି କହିଥିଲେ। ଏଥିସହ ବିଭିନ୍ନ କାରଣ ଦର୍ଶାଇ ଏହାର ପ୍ଲାଣ୍ଟ ଖୋଲିବା ପ୍ରସ୍ତାବକୁ ବିରୋଧ କରିଥିଲେ।
ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟ ସାମିଲ ଥିବା ଖଣ୍ଡପୀଠ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ତାମିଲନାଡୁ ସରକାରଙ୍କ ଆପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଆମେ ସବୁକଥା ବୁଝୁଛୁ। ପ୍ଲାଣ୍ଟ ପକ୍ଷରୁ ପରିବେଶଗତ ନିୟମ ପାଳନକୁ ଆମେ ସୁନିଶ୍ଚିତ କରିବୁ। ବେଦାନ୍ତକୁ ଅକ୍ସିଜେନ ଉତ୍ପାଦନ ପାଇଁ ଅନୁମତି ଦିଆଯିବ। ଆମେ ଅକ୍ସିଜେନ ପ୍ଲାଣ୍ଟକୁ ଗୁରୁତ୍ୱ ଦେଉଛୁ। ଦେଶରେ ଏକପ୍ରକାର ଜାତୀୟ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ କ୍ଷେତ୍ରରେ ତାମିଲନାଡୁ ସରକାର ପ୍ରତିବନ୍ଧକ ସୃଷ୍ଟି କରନ୍ତୁ ନାହିଁ। ବେଦାନ୍ତର ଆବେଦନ ଉପରେ ଶୁକ୍ରବାର ଶୁଣାଣି କରାଯିବ। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଦେଶରେ ମେଡିକାଲ ଅକ୍ସିଜେନ ଅଭାବ ଦେଖାଦେଇଛି।
କେନ୍ଦ୍ର ସରକାର ସମସ୍ତ ଉତ୍ସରୁ ଅକ୍ସିଜେନ ଆଣୁଛନ୍ତି। ବେଦାନ୍ତ ଉକ୍ତ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି। କିନ୍ତୁ ଏହି କମ୍ପାନୀକୁ କେବଳ ସ୍ବାସ୍ଥ୍ୟରକ୍ଷା ଲାଗି ଉଦ୍ଦିଷ୍ଟ ଅକ୍ସିଜେନ ଉତ୍ପାଦନ ପାଇଁ ଅନୁମତି ଦିଆଯାଉ। ପରିବେଶ ସୁରକ୍ଷା ଓ ଜୀବନ ରକ୍ଷା ମଧ୍ୟରୁ ଆମେ ମଣିଷ ଜୀବନର ରକ୍ଷାକୁ ପ୍ରାଧାନ୍ୟ ଦେବା ଉଚିତ। ପ୍ରକାଶ ଯେ, କୋଭିଡ୍‌ ସଂକ୍ରମଣକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ପୂର୍ବରୁ ଦିଲ୍ଲୀ, ବମ୍ବେ, ସିକିମ, ମଧ୍ୟପ୍ରଦେଶ, କାଲକାଟା ଓ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବ୍ୟାପାରରେ ହସ୍ତକ୍ଷେପ କରିସାରିଛନ୍ତି। ଉକ୍ତ ହାଇକୋର୍ଟଗୁଡ଼ିକର ରାୟକୁ ନେଇ ଦ୍ୱନ୍ଦ୍ୱାମତ୍କ ସ୍ଥିତି ସୃଷ୍ଟି କରାଯାଉଥିବା ଦର୍ଶାଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri