ମନେ ପଡ଼ନ୍ତି ସୁଶାନ୍ତ: ଆଜି ବି ତାଙ୍କ ନାମରେ…

ମୁମ୍ବାଇ: ଆଜି ବି ମନେ ପଡ଼ନ୍ତି ସୁଶାନ୍ତ ସିଂ ରାଜପୁତ। ତାଙ୍କ ଅଭିନୟକୁ ଦର୍ଶକ ଏବେ ବି ଭୁଲି ପାରିନାହାନ୍ତି। ସୋମବାର ତାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’କୁ ୬୭ତମ ଜାତୀୟ ପୁରସ୍କାର ମିଳିିଛି। ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଏହା ମନୋନୀତ ହୋଇଛି। ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ସାଜିଦ ନାଦିଆଦୱାଲା। ପୁରସ୍କାରକୁ ସାଜିଦ ସୁଶାନ୍ତଙ୍କୁ ସମର୍ପିତ କରିଛନ୍ତି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବହୁତ ଖୁସି ହେବା ସହ ତାଙ୍କୁ ମନେ ପକାଇଛନ୍ତି। କେବଳ ଜାତୀୟ ପୁରସ୍କାର ନୁହେଁ , ଏହି ଫିଲ୍ମ ୬୫ତମ ଫିଲ୍ମ ଫେୟାର ଆୱାର୍ଡରେ ୫ଟି କ୍ୟାଟେଗୋରୀରେ ନୋମିନେଟ ମଧ୍ୟ ହୋଇଥିଲା। ଏଥିରେ ଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ କାହାଣୀ, ବେଷ୍ଟ ଡାଏଲଗ ଏବଂ ବେଷ୍ଟ ଏଡିଟିଂ ସାମିଲ ଥିଲା। ଫିଲ ନିର୍ମାତା ସାଜିଦ ଏହି ପୁରସ୍କାର ସୁଶାନ୍ତଙ୍କୁ ଉତ୍ସର୍ଗ କରିବା ସହ ‘ଛିଛୋରେ’ର ପୁରା ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି। ସୁଇସାଇଡ୍‌କୁ ବିରୋଧ କରିବା ସହ ଜୀବନର ଅନେକ ଗୁରୁତ୍ୱପୁର୍ଣ୍ଣ କଥା ଏହି ଫିଲ୍ମ ମାଧ୍ୟମରେ ଜଣାଯାଇଛି।

 

Share