Categories: ଫୁରସତ

ଅଧାରେ ଅଟକି ଯାଇଥିଲା ଜାତୀୟ ପତାକା, ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ିଆସି…

ସ୍ବାଧୀନତା ଦିବସର ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ୭୮ତମ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ଏକ ପକ୍ଷୀ ପତାକା ଉତ୍ତୋଳନ କରୁଥିବା ଭିଡ଼ିଓ ଦେଖିବାକୁ ମିଳୁଛି। ଏହି ଭିଡିଓ କେରଳରୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ବେଳେ ଅଧାରେ ତ୍ରିରଙ୍ଗା ଅଟକି ଯାଇଥିଲା । ହଠାତ୍‌ କେଉଁଠୁ ଏକ ପକ୍ଷୀ ଉଡି ଆସି ପତାକା ଉଡାଇ ଦେଇଥିଲା। ପକ୍ଷୀର ଏହି ଅବିଶ୍ୱସନୀୟ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜାତୀୟ ପତାକା ଉତ୍ତୋଳନ ବେଳେ ଦୁର୍ଭାଗ୍ୟବଶତଃ ପତାକା ଶୀର୍ଷରେ ଅଟକି ଯାଉଛି। ଆଖିପିଛୁଳାକେ ଏକ ପକ୍ଷୀ ଆଖି ପିଛୁଳାକେ ଏକ ପକ୍ଷୀ ଉଡ଼ି ଆସି ତ୍ରିରଙ୍ଗାକୁ ଖୋଲି ଉଡ଼ାଇ ଦେଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ପରେ ପିଲାମାନେ ଜାତୀୟ ସଂଗୀତ ଗାଇବା ପରେ କରତାଳି ଦେବା ଆରମ୍ଭ କରନ୍ତି। ଭାଇରାଲ ଭିଡିଓ ଏକ୍ସରେ ଶେୟାର କରାଯାଇଛି।
https://x.com/shilpa_cn/status/1824525863079026989?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1824525863079026989%7Ctwgr%5E5f0307367cfba5160243db669be306f9879a3053%7Ctwcon%5Es1_&ref_url=https%3A%2F%2Fd-942305877510331031.ampproject.net%2F2406131415000%2Fframe.html

Share