ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଲୋକସେବା ଭବନରେ ସାକ୍ଷାତ କରି ଏହା ଉପରେ ଆଲୋଚନା କରିଛନ୍ତି।

ବଢୁଥିବା ସାଇବର କ୍ରାଇମ ପରିପ୍ରେକ୍ଷୀରେ ରାଜ୍ୟରେ ଏହିପରି ଏକ ଅନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ଅପରାଧର ତଦନ୍ତ ଓ ଅପରାଧ ରୋକିବା ଦିଗରେ ଦକ୍ଷ ବିଶେଷଜ୍ଞ ସୃଷ୍ଟି କରିବାରେ ମଧ୍ୟ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ପୋଲିସ ଅଧିକାରୀ ମାନେ ସାଇବର ସିକ୍ୟୁରିଟି ଉପରେ ପ୍ରଶିକ୍ଷଣ ପାଇବାରେ ସୁବିଧା ହେବା ସହିତ ରାଜ୍ୟରେ ସାଇଣ୍ଟିଫିକ୍‌ ଅଫିସର ମାନଙ୍କ ଆବଶ୍ୟକତା ପୂରଣ ହେବାରେ ସହାୟକ ହେବ। ଏହାକୁ ଏକ ସେଣ୍ଟର ଅଫ ଏକ୍‌ସେଲେନ୍‌ସ ଭାବରେ ବିକଶିତ କରାଯିବ ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି ଦିଲ୍ଲୀର ନିର୍ଦ୍ଦେଶିକା ଡ. ପୁରବୀ ଫୋଖରିଆଲ, ଏନ୍‌.ଏଫ.ଏସ୍‌.ୟୁ, ତ୍ରିପୁରାର ନିର୍ଦ୍ଦେଶକ ଡ. ଏଚ୍‌. କେ. ପ୍ରତିହାରୀ ଏବଂ ଅନ୍ୟ ବିଶେଷଜ୍ଞମାନେ ବୈଠକରେ ଆଲୋଚନାରେ ଯୋଗ ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ, ୱାଇ. ବି. ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା

ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri