Categories: ଫୁରସତ

ମହାକାଶଠୁ ଯୁଦ୍ଧକ୍ଷେତ୍ର ସବୁଠି ଆଗରେ

ଦେଶର ପ୍ରତିଟି କ୍ଷେତ୍ରରେ ବାଳିକାମାନେ ଆଗୁଆ ରହିଛନ୍ତି। ମହାକାଶଠାରୁ ଆରମ୍ଭକରି ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ବାଳିକାମାନେ ନିଜର ପ୍ରତିଭା ପ୍ରଦର୍ଶନ ଜାରି ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବାଳିକାଙ୍କ ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବାଳିକା ଶିଶୁଙ୍କ ବିକାଶ ପାଇଁ ପ୍ରତିବର୍ଷ ଜାନୁୟାରୀ ୨୪ରେ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଇଥାଏ। ଏହା ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଭାରତୀୟ ସମାଜରେ ବାଳିକାମାନଙ୍କ ପ୍ରତି ହେଉଥିବା ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ସେଭ୍‌ ଗର୍ଲ ଚାଇଲ୍ଡ, ଶିଶୁ ଲିଙ୍ଗ ଅନୁପାତ ଏବଂ ବାଳିକାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ବିଷୟରେ ସଚେତନତା ଅଭିଯାନ ସହ ସଙ୍ଗଠିତ କାର୍ଯ୍ୟକ୍ରମ ଏହିଦିନ ପାଳନ କରାଯାଇଥାଏ।

Share